STORYMIRROR

Jayashree Maharana

Inspirational

4  

Jayashree Maharana

Inspirational

ଆମ ପରିବେଶ

ଆମ ପରିବେଶ

1 min
245


ପାହାଡ଼ ପ୍ରାନ୍ତର ବିସ୍ତୀର୍ଣ୍ଣ ସାଗର

ନଦୀ ଝରଣାର ସ୍ଥିତି

ଶ୍ୟାମଳ ସୁନ୍ଦର କାନନ ସମ୍ଭାର

ଭରିଅଛି ଏ ପ୍ରକୃତି ।


ଚାରିପାଶେ ଘେରା ବାୟୁର ବଳୟ

ନର,ପଶୁପକ୍ଷୀ, କୀଟ

ଫୁଲଫଳ ,ମାଟି ପ୍ରତି ଉପାଦାନେ

ବସୁନ୍ଧରା ପରିପୁଷ୍ଟ ।


ନିଜ ବୁଦ୍ଧିବଳେ ସମଗ୍ର ବିଶ୍ୱରେ

ମଣିଷ ତ ଶ୍ରେଷ୍ଠପ୍ରାଣୀ

ପରିବେଶ ଦତ୍ତ ଉପାଦାନମାନ

ନେଇଅଛି ଅବା ଜିଣି ।


ପ୍ରଗତି ପଥରେ ଅଗ୍ରସର ହୋଇ

ବିଜ୍ଞାନକୁ କରି ସାଥି

ସୁଉଚ୍ଚ ନଅର ଶିଳ୍ପକାରଖାନା

ଗଢୁଅଛି ଜାତି ଜାତି ।


ନିଘଞ୍ଚ ଜଙ୍ଗଲ ତରୁଲତା କୁଳ

ହୋଇଲାଣି ନଷ୍ଟଭ୍ରଷ୍ଟ

ଜଳ,ବାୟୁ,ମାଟି ପ୍ରଦୂଷିତ ହୋଇ

ଭୋଗୁଅଛି ଧରା କଷ୍ଟ ।


ଶାନ୍ତ ପ୍ରକୃତିର ଭାରସାମ୍ୟ ନଷ୍ଟ

ହୋଇଲାଣି ଧୀରେ ଧୀରେ

ବନ୍ୟା,ବାତ୍ୟା,ଝଡ଼ ମରୁଡି ସମସ୍ୟା

ଦେଖାଦେଇ ପୃଥିବୀରେ ।


ଦିନୁଦିନ ବଢି ରବିଙ୍କ ଉତ୍ତାପ

ଦଗ୍ଧ ପ୍ରକୃତିର ବକ୍ଷ

ଶ୍ୟାମଳିମା ମହୀ ପାଦପ ବିହୁନେ

ଦିଶୁଅଛି ଶୁଷ୍କରୁକ୍ଷ ।


ସୁଖ ସ୍ୱାଚ୍ଛନ୍ଦ୍ୟରେ ଜୀଇଁବା ନିମନ୍ତେ

ସାଜିଲେଣି ଆମେ ଅନ୍ଧ

ପରିବେଷ୍ଟନୀର ସୁରକ୍ଷା ବ୍ୟବସ୍ଥା

ହେଉଅଛି ପ୍ରତିରୋଧ ।


ଭବିଷ୍ୟତ ପାଇଁ ସଜାଗ ନହେଲେ

ଧ୍ବଂସମୁଖୀ ହେବ ମହୀ

ପରିବେଶ ରକ୍ଷା ଆମରି କର୍ତ୍ତବ୍ୟ

କେବେ ଭୁଲିଯିବା ନାହିଁ ।


ସ୍ୱଚ୍ଛ ହୃଦୟରେ ଶପଥ ନେବାରେ

ଲଗାଇବା ଗଛଲତା

ପ୍ରକୃତି ହସିଲେ ଆମେ ବି ହସିବା

ମନେ ରଖ ଏଇ ବାର୍ତ୍ତା ।


Rate this content
Log in

Similar oriya poem from Inspirational