STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ଆଦର୍ଶ ମଣିଷ

ଆଦର୍ଶ ମଣିଷ

1 min
996

ବିଶ୍ୱେ ଅଦିତ୍ୟ ତୁମେ ସତ୍ୟର ଦୂତ

ତୁମେ ଯେ ମାେ ପାଇଁ ପ୍ରେରଣାର ସ୍ରୋତ ।।

ଇଚ୍ଛା ନାହିଁ ତୁମଠୁ ଯିବାକୁ ଦୂର

ସମୟ ଟାଣୁଛି ଧରି ହାତ ମୋର ।।

ଶୃଙ୍ଖଳା ରେ ବନ୍ଧା ଆହେ ଶୃଙ୍ଖଳା ଧିପତି

ସେବା ପାଇଁ ତତ୍ପର ଯେ ଖଟୁଥାଅ ନିତି ।।

ଆଦର୍ଶ ମଣିଷ ତୁମେ ଯେ ମାେ ପାଇଁ

ଦୁର୍ନୀତିକୁ ସହ୍ୟ ତୁମେ ନ କରଇ ।।

ଖଟି ଚାଲ ଦିନ ରାତି ଭୁଲି ନିଜ କଥା

ଆଦର୍ଶ ପାଖରେ ତବ ନଇଁ ଯାଏ ମଥା ।।

ସ୍ଵାଭିମାନୀ ପୁରୁଷ ତୁମେ ନୀତିରେ ଅଟଳ

ପାରନ୍ତିନି କେହି କରି ତୁମକୁ ଯେ ଟଳ ।।

ହେଉ ଥାଉ ପଛେ ସେ ଦେଶର ରାଷ୍ଟ୍ରପତି

ସମାନତା ଦିଅ ତୁମେ ସଭିଙ୍କୁ ଯେ ନିତି ।।

ପଥର ରୂପରେ ଦିଶିଲେ ବି ତୁମେ

ଅନ୍ତରେ ମଧୁର ଝରଣା ।

ବୁଝିବା ଲୋକ ବୁଝନ୍ତି କିଛି ଉଣା

ପୁଣି କିଛି କରନ୍ତି ଘୃଣା ।।

ହେଲେବି ଯେ ସ୍ଥିର ତୁମର ସେହି ମନ

କାର୍ଯ୍ୟ କର ଯେ ତୁମେ ତତ୍ପର ହୋଇଣ ।

ତୁମ ଆଦର୍ଶ ରେ ମୁଁ ହୋଇଛି ମୋହିତ

ଅସାଧାରଣ ହୋଇ ଦିଶ ସାଧାରଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational