STORYMIRROR

Renuka Samal

Inspirational

3  

Renuka Samal

Inspirational

ମୋ ଭାଷା

ମୋ ଭାଷା

1 min
71


ହୃଦୟର ଭାବକୁ ଠେଲୁଥିବା

 କିଛି ନିଥର ଶବ୍ଦ ପୁଞ୍ଜ

ଆବେଗର ପରିପୃଷ୍ଟର 

ସମୋହନ ରୂପ

ଅନ୍ୟକୁ ଜାଳିବାର ଅବା ଟାଳିବାର

ଶକ୍ତ ଏକ ତରବାରୀ

ମୋ ଭାଷା ଏକ ଭାଷା ନୁହେଁ

ପ୍ରୀତିର ଏକ କମାଣ

ଏକ ଭିନ୍ନ ସ୍ୱାଦର ମିଶ୍ରଣ

ଅଭ୍ଭୁତ ଜୀବନିକା ଶକ୍ତିର ଆଧାର

ପ୍ରାଣ ଓ ଭାବର ମଧୁର ମିଳନ

ମା ମାତୃଭୂମିକୁ ସଂଯୋଗର

ସୁନ୍ଦର ସର୍ଜ୍ଜନ

"ମୋଭାଷା" ଲାଳିତ୍ୟପୁର୍ଣ୍ଣ ମାଧୁର୍ଯ୍ୟ

ସେ ପୁଣି ପ୍ରାଣ ଉଦ୍ରେକକାରୀ

ଜଡ ହୃଦୟେ ମୃତ୍ୟୁ ସଂଜୀବନି

ମ୍ମୋହିତ କରିବାର

ଯାଦୁକାରୀ ଶକ୍ତି

ଆତ୍ମା ଆତ୍ମାରେ ସୃଷ୍ଟିକାରୀ ପ୍ରିତି

ଆଦି କବି ଠୁ କବି ସମ୍ରାଟ

ଅଭିମନ୍ୟୁ ଠୁ ରାଧାନାଥ 

ଅବା ଗଙ୍ଗା ଧରଙ୍କ

ଶାବ୍ଦିକ ଗାମ୍ଭିର୍ଯ୍ୟର ପରିପାଟି

ନନ୍ଦ କିଶୋରଙ୍କ

ସେ ପଲ୍ଲୀ ସୀମନ୍ତିନୀ

ଗଣକବିଙ୍କ ଶବ୍ଦର ମହ୍ଲାର

ଖେଳାଏ ପ୍ରତି ହୃଦୟରେ

ପ୍ରିତି ମନ୍ଦାକିନୀ

ବ୍ୟାସକବିଙ୍କ ଗାଉଁଲି ଶବ୍ଦର

ସମୋହନ

ଉଚ୍ଚାଟ କରେ ମନ ଆଜି

ମୋ ଭାଷାର ଗଭୀରତା 

ମାପିବା ରେ ଥକିପଡେ

କେଡେ ଗୈରାବହ

କେଡେ ପ୍ରୀତିରଞ୍ଜକ

ସତରେ ଆଜି ମୁଁ ଗର୍ବିତ

ମୋ ଭାଷା ପାଇଁ 

ଆଉ ରାଜ୍ୟ ପାଇଁ ।


ପ୍ରୀତିରଞ୍ଜକ

     ‌‌‌‌‌‌‌‌‌‌‌‌‌‌‌                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational