STORYMIRROR

Renuka Samal

Inspirational

3  

Renuka Samal

Inspirational

ଶେଷ ଦିନ

ଶେଷ ଦିନ

1 min
201

ଆରମ୍ଭ ଅଛିତ ଶେଷ ଅଛି ନିଶ୍ଚେ

ନୂଆ କଥା ନୁହେଁ କିଛି

ନୂଆ ହୋଇ ଯାହା ଆରମ୍ଭ ହୋଇଛି

ତାକୁ ପୁରୁଣା କରଇ ପିଛା।

ପୁରୁଣା ରେ ଲେଖା ହୁଏ ସିଏ ଦିନେ

ଯିଏ ଥିଲା ଦିନେ ନୂଆ

ନୂଆ ଟା ପୁରୁଣା ହୁଏ କାଳେ କାଳେ

ଏକଥା ଜାଣନ୍ତି ଛୁଆ।

କୋଡିଏଟା ଖାଲି ଏକୋଇଶି ହେବ

ଗଡାଳିକା ପଥ ଦେଇ

କୋଡିଏର କଥା ରହିଥିବ ମାତ୍ର

କରୋନାର ଦୁଃଖ ପାଇଁ।

ଦିନ ବଦଳୁଛି ଚିହ୍ନ ବଦଳେନି

ଯାହା ଥିଲା ଅଛି ତାହା

ସୂର୍ଯ୍ୟ କିବା ଉଁଏ ପଶ୍ଚିମ ଦିଗରେ

ଅସତ୍ୟେ କିବା ରାହା।

ଜାନୁଆରୀ ଯାଇ ଡିସେମ୍ବର ହୁଏ

ଡିସେମ୍ବର ହୁଏ ଜାନୁଆରୀ

ଗୋଟିଏ ମାଳାର ମାଳି ପରି ଗଡ଼ି

ମାଟି ମା ପାଇଁ ଫୁଲହାର।

ଆମେ ଖାଲି ଯାହା ବଦଳି ଯାଇଛୁ

ବଦଳିଛି ଯେତେ ମନ ଆମ

ଦିନ ବଦଳିନି ଚିହ୍ନ ବଦଳିନି

ବଦଳିଛି ଆମ କାମ ଦାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational