STORYMIRROR

Prakash Ranjan Parida

Inspirational Abstract Others

4  

Prakash Ranjan Parida

Inspirational Abstract Others

କେତେଦିନ ଚାଲିବ ଏମିତି ?

କେତେଦିନ ଚାଲିବ ଏମିତି ?

1 min
27.4K


ସେ ବୁଝେ ନାହିଁ ହୃଦୟ

ଫୁଲଫୁଟା ମୁହୂର୍ତ୍ତ, ଛାତିତଳ ଜ୍ବଳନ କି

ମନର ଆବେଗ-

ତା ନିଷ୍ଠୁର ନିଷ୍ପତ୍ତିରେ ବାରମ୍ବାର ହୁଏ ମୁଁ ରକ୍ତାକ୍ତ,

ତ’ ସ୍ବୀକାର କରିନିଏ ପରାଜୟ

ଯୁଦ୍ଧ ଭୂଇଁରେ ଶତ୍ରୁକୁ ଦିଏ ସନ୍ଧି ପ୍ରସ୍ତାବ ।

ପ୍ରତିଥର ଲୁଣ୍ଠିତ ହେବା ମୁହୂର୍ତ୍ତରେ ସେ ଦେଖାଉଥାଏ

ଗୋଟାଏ ସୁବର୍ଣ୍ଣ ସିଂହାସନର ଲୋଭ

ବିଦାୟ ବେଳାରେ ବଖାଣୁଥାଏ

ପରିଚିତ ପୃଥିବୀରେ ବଞ୍ଚିରହିବାର ଲାଭ

ମୋ ପାଇଁ ସଂଚିତ ଗୁପ୍ତଧନର ଗପ,

ତ’ ମୋ ଆଖିରେ ସେ ବନିଯାଏ

ଗୋଟେ ଜଟିଳ ଉପପାଦ୍ୟ

ମତେ ଜଣାନଥାଏ ଯାହାର ସମାଧାନର ସୁତ୍ର ।

ବଞ୍ଚିବାକୁ ନୁହେଁ ବରଂ ମରିବାକୁ ସୁଯୋଗ ଦେଉନଥିବା

କସ୍ତୁରୀ ବାସ୍ନା ହୋଇ

ସେ ବିଞ୍ଚି ହୋଇଯାଉଥାଏ ମୋ ତନୁରେ ମନରେ,

ପୁଣି ‘ଆ ସାଥିହୋଇ ଖେଳିବା କହି’

ଠିଆ କରାଉଥାଏ ପିମ୍ପୁଡି ମନ୍ଦାରେ,

ଆଖରୁ ଲୁହ ଝରିଲେ ବି କହୁଥାଏ

ତୁମ ଲୁହ ଭିଜା ଆଖି ପ୍ରତି ମୋ ଆକର୍ଷଣ ଓ ଇର୍ଷା

ତ’ ଗୁମ୍‌ ଆକାଶ ଛାତିରେ ମୁଁ ବନି ଯାଉଥାଏ

ବର୍ଷିବାକୁ ଚାହିଁ ବି ବର୍ଷି ପାରୁନଥିବା ଅସରାଏ ଦୁମୁକାଣି ବର୍ଷା । ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational