STORYMIRROR

Prakash Ranjan Parida

Tragedy

3  

Prakash Ranjan Parida

Tragedy

ଆଶ୍ୱାସନା

ଆଶ୍ୱାସନା

1 min
498



ପଦେ ମିଛ ଆଶ୍ୱାସନାରେ

ଲମ୍ବୁଥିଲା ବର ଓହଳ

ଛୁଇଁବାକୁ ମାଟି,

ଘାସ ମଞ୍ଚି ପ୍ରସ୍ତୁତ ଥିଲା

ସବୁଜିମାର ଐଶ୍ୱର୍ଯ୍ୟ ଅଜାଡିବା ପାଇଁ,

ବାସ୍ ତୁମେ ଫେରିବ

ସାଧବ ବୋହୁ ପରି...।


ବିତି ସାରିଥିଲା ହଜାର

ତୋଫା ତୋଫା ଜହ୍ନ ରାତି

ଆଜି ବି ଛାତି ପିଟି କାନ୍ଦୁଥିଲା ଝିଙ୍କାରୀ

ତୁମ ପାଦ ଚିହ୍ନ ଅନ୍ୱେଷାରେ

ଝୁଣ୍ଟୁଥିଲା ମହୁମାଛି

ତୁମେ କିନ୍ତୁ ନିଥର ଥିଲ

କାଲି ପରି ଆଜି ।

....

e mail: litp.ranjan@gmail.com



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy