STORYMIRROR

Prakash Ranjan Parida

Tragedy

2  

Prakash Ranjan Parida

Tragedy

ନଷ୍ଟନୈପଦୀ

ନଷ୍ଟନୈପଦୀ

1 min
14.1K


ନଷ୍ଟନୈପଦୀ

----------

ଲୋଡ଼ା ନାହିଁ ଚାରି କାନ୍ଧ

ଲୋଡ଼ା ନାହିଁ କୋକେଇ ଅବା ପାଳ ଦଉଡ଼ି,

ଗୋଟିଏ ଦାମ ମାଝୀର କାନ୍ଧ ହିଁ ଯଥେଷ୍ଟ

ସୀମନ୍ତିନୀକୁ

ଶେଷ ଠିକଣାରେ ପହଞ୍ଚାଇବା ପାଇଁ ଽ

ତମ ନୀତି ନିୟମର ପୋଥି ପଢ଼ିନି

ଦାମ ମାଝୀ...

କିନ୍ତୁ ତୁମ ଶାସନ ଓ ସେବାର ଶଠତାକୁ

ବୁଢି ନେଇଛି ତା'ର ନିରିହ ଦୁଇଟି ଆଖି,

ବିଶଅବାସ ହରାଇଲା ବୋଲି ତ'

ଝିଅକୁ ବୁଝାଇ ପାରିଲା ନକାନ୍ଦିବା ପାଇଁ

ତମ ଶାସନୀ ଆଖିରେ ଅହଂକାରକୁ

ଡରି ଡରି ନୁହେଁ ବରଂ ବେଖାତିର କରି

ଲମ୍ବା ପଥରେ ଲମ୍ବେଇ ପାରିଲା ପାଦ ଽ

ଏବେ ତମର କଣ କରିବାର ଅଛି କର..?

ତମ ହାତଗୁଞ୍ଜା ଭୁଲେଇ ପାରିବନି କାନ୍ଧ ଦରଜ,

ତମ ଆଶ୍ବାସନା, ସହାୟତା

ଫେରେଇ ଦେବନି ଶବକୁ ସମ୍ମାନ,

ତମର ଗୋଟିଏ ଭୁଲ ବେଶ୍ ସମର୍ଥ

କଳଙ୍କିତ କରିବାକୁ ଇତିହାସ ପୃଷ୍ଠା,

ଡିଣ୍ଡିମପିଟା ସଫଳତା ରାସ୍ତାରେ

ବୁଣି ଦେବାକୁ ମହଣ ମହଣ କଣ୍ଟା ଽ

ଦାନ ମାଝୀର ଉତ୍ତରରୁ କେଉଁ ଭୁଲ ଖୋଜୁଛ ତମେ...

ସିଏ ତ ନିଜେ ପ୍ରଶ୍ନର ପାହାଡ଼,

ରାଜନୀତିର ଚକ୍ରବ୍ୟୁହରେ ସନ୍ତୁଳି ହୋଇ

ଭୁଲିଯାଉଛି ଉତ୍ତର ଥରକୁ ଥର,

ଟଙ୍କା କିମ୍ବା ଜେରା ପାଇଁ ନୁହେଁ

ନିରୋଳାରେ ତାକୁ ଟିକେ

କାନ୍ଦିବାକୁ ଖାଲି କାନ୍ଦିବାକୁ ସୁଯୋଗ ଦିଅ ଽ

...

Email: litp.ranjan@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy