STORYMIRROR

Prakash Ranjan Parida

Inspirational

3  

Prakash Ranjan Parida

Inspirational

ଘର

ଘର

1 min
27K


ଭାଙ୍ଗିଭାଙ୍ଗି ଯାଉଥିବା ଘରକୁ ସଜାଡ଼ିବା

ସତରେ ଭାରି କଷ୍ଟ,

ମନ ମନେ ଯେତେ ସଜାଡ଼ିଲେ ବି

କେଉଁଠି ନା କେଉଁଠି ରହିଯାଏ ବିଷ ମଞ୍ଜି

ଗୁପ୍ତ ରହିଯାଏ ଶତ୍ରୁର ଠିକଣା

ଫଟା କାନ୍ଥକୁ ଯୋଡୁଯୋଡୁ ବିତିଯାଏ

ଭୋଦୁଅର ଚିଁ ଚିଁ ଖରାବେଳ

ପାହିଯାଏ ପୌଷର ଲମ୍ବା ରାତି,

ଆତ୍ମୀୟତାର ରଙ୍ଗରେ ଚିକମିକ୍ କରୁଥିବା

ମୁହଁମାନଙ୍କ ଆଢୁଆଳରେ

ଯୁଦ୍ଧର ନକ୍ସା ଆଙ୍କୁଥାଏ ନିଷ୍ଠୁର,

ଭିନ୍ନ ହେଲା ଭାଇ ଓ ବାହାହେଲା ଭଉଣୀଙ୍କ

କୃତ୍ରିମ ଆଶ୍ଵାସନାରେ

ଚଟାଣରେ ଲୋଟୁଥାଏ ତାଳି ପକା ସମ୍ପର୍କ

ନିର୍ମୂଳୀ ଲଟାକୁ ଗଛ ଗଣ୍ଡି ଖାଇବାକୁ

ସୁଯୋଗ ଦେବାଠୁ, ଢେର ଭଲ….

ଆସୁ ପ୍ରଳୟ, ଆସୁ ଗୋଟେ ନିର୍ମମ ଝଡ଼

ମାଟିରେ ମିଶିଯାଉ ଘର,

ଅନ୍ତତଃ ନଥିବା ଘରକୁ ଖୋଜୁ ଖୋଜୁ

ସଭିଏଁ ଭାବିବେ

ଦିନେ ଏଇଠି ଥିଲା ଆମ ଘର

ଆମେ ସବୁ ଗୋଟିଏ ଘରର ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational