STORYMIRROR

Prakash Ranjan Parida

Fantasy Others

3  

Prakash Ranjan Parida

Fantasy Others

ମୁହଁ ବନ୍ଦ

ମୁହଁ ବନ୍ଦ

1 min
13.6K


ଶୁଣିଲଣି….?

ସେ ଶୋଇ ଗଲାଣି ଗହମ ନିଦରେ

ଧୋଇ ଗଲାଣି ଅଧେ କଳଙ୍କ କୁନ୍ଦୁଲି ରାସ୍ତାରେ

ଆଉ ଅଧେ ମିଛ ମାୟାରେ,

ଆଉ ଲୋଡ଼ା ପଡ଼ିବନି ଷଡ଼ଯନ୍ତ୍ର

ଶୀତଳ ମନ୍ତ୍ରଣା ସଫେଦ ମିଛର

କି ଖୋଜିବାକୁ ପଡ଼ିବନି ମୁକ୍ତିର ମନ୍ତ୍ର

ଏବେ ନିର୍ଭୟରେ ଉପଭୋଗ କର ପାହାଡ଼ି ଯୌବନ

ନପାହୁ ରାତି...ନମିଳୁ ଶାସ୍ତି…

ଏକାକାର ହେଉ ରତି ଆଉ ରାତି,

ଅଭାଗିନୀଙ୍କୁ କିଏ ଦେଲା ଅଭିଯୋଗ କରିବାର ଅଧିକାର,

ଖୋଲିଲେ ମୁହଁ……

ଗ୍ରହଣ କର ସନ୍ଧି ପ୍ରସ୍ତାବ…..ନଚେତ୍

ମୁହଁ ବନ୍ଦ…..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy