STORYMIRROR

Prakash Ranjan Parida

Others

2  

Prakash Ranjan Parida

Others

ଏଲିଜି

ଏଲିଜି

1 min
13.4K


ଏଲିଜି

------

କଳାହାଣ୍ଡିର କୋହରେ ଫିକା ଫିକା

ନର୍ଲାର ଗୋଲାପି ସକାଳ,

ବୁଚ୍ଛୁରିତ ଧୂଆଁ ଧୂଆଁ ଲୁଣ୍ଠିତ ସିନ୍ଦୁର

ଏବେଏବେ ହିସାବ କରିବେ ମହାଭାଗ

ଖୁବ ବେଶୀରେ କେତେହେବ

କଅଁଳ କଳିକା ଜୀବନର ମୂଲ୍ୟ...?

ଜଳିବାର ଅନେକ ଆଗରୁ ଜଳିସାରିଥିଲା

ନର୍ଲା ସୁକୁମାରୀର କୁମାରୀତ୍ବ

ଶୁମ୍ବ, ନିଶୁମ୍ବଙ୍କ କାମନା ଜ୍ବାଳାରେ

ବରଫ ପାଲଟିଥିଲା କୋହ,

ଯନ୍ତ୍ରଣାର ସରହଦକୁ ଡେଇଁ ଯିବା ପରେ

ଲହ ଲହ ନିଅଣ୍ଟ ନିଆଁରେ ଯିଏ ନାଚି ପାରିଲା

ଜୀବନର ଶେଷ ନୃତ୍ୟ,

ତା’ଫସିଲ ଭିତରୁ କେମିତି ଖୋଜୁଛ ନୂପୁର?

ଯାହାର ଲୁହ ଫେଣ୍ଟା ମୂର୍ଚ୍ଛନା

ସଇତାନ ଛାତିରେ ଭରିଦେଲା ମାଦକ,

ଯିଏ କେମିତି ଜାଣିବ

ତା’ର ଚେନାଏ ହସରେ

ରଙ୍ଗୀନ ହେଉଥିଲା ନର୍ଲାର ଆକାଶ ଽ

ତଥାପି ଶେଷ ହୋଇନି ରାକ୍ଷସଙ୍କ ରୋଷ

ରକ୍ତର ଲାଲିମାରେ କେବେ ବଦଳି ଯାଏକି..

ଅଙ୍ଗାର ଦୃହୟର ରଙ୍ଗ,

ସାହତ ଅଛି ତ ସଇତାନଙ୍କୁ ସମର୍ପି ଦିଅ

ନିର୍ବସ୍ତ୍ର ଦେବୀଙ୍କ କୋଳରେ…

ପରେ ପରେ ବଦଳିଯିବ ପୃଥିବୀର ରଙ୍ଗ ଽ

...

Email:litp.ranjan@gmail.com


Rate this content
Log in