STORYMIRROR

Prakash Ranjan Parida

Tragedy

2  

Prakash Ranjan Parida

Tragedy

ଅସ୍ତରାଗ

ଅସ୍ତରାଗ

1 min
318


ଲିଭିଗଲା ...

ପିପିଲି ରାସ୍ତାରୁ ରକ୍ତଛିଟା,

ଯୌବନର ଯୁପକାଠରେ ବଳି ଚଢ଼ିଥିବା

ଗୋଟେ କୁଆଁରୀ ଆତ୍ମା ଉପରେ

ସଂଗୁପ୍ତରେ ଢାଙ୍କି ଦିଆଗଲା

ରହସ୍ୟର କଳା ପରଦା


୭ ବର୍ଷରେ ରାସ୍ତା ସଫା

କର୍ପୂର କୋଠରୀରୁ ହଜିଗଲା ବାସ୍ନା,

ନିର୍ଲିପ୍ତ ଆଖି କୋଣେ

ଦିଗଦିଗ୍ ଜଳୁଥିବା ଶେଷ ଭରଷାକୁ

ଘୋଷଣା କରାଗଲା ମହା ମିଥ୍ୟା


କଳଙ୍କ ପୁରୁଣା ହେବା ପରେ

ଧୋଇଗଲା ନ୍ୟାୟର ରଙ୍ଗ,

ଚନ୍ଦନ ପ୍ରଲେପରେ ଲୁଚିଲା କଳଙ୍କ

ମଦମତ୍ତ ନରରାକ୍ଷସଙ୍କ ଭୋଗରେ

ଭାଗୀ ସାଜିଲା ପୀଡ଼ିତାର କାତର ସ୍ୱର

କାରଣ ଏଠି ଆଇନ ଅନ୍ଧ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy