STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଆକର୍ଷଣ

ଆକର୍ଷଣ

1 min
168


ସ୍ନେହର ଅତ୍ମୀୟତା

ଖୋଜିଲେ ମିଳେନି

ଜୋର ଜବରଦସ୍ତରେ ଆସେ ନି

ଏହା ଏକ ସ୍ବତଃ ପ୍ରବୃତ୍ତ

ଶରୀର ସହ ଆତ୍ମାର ମିଳନ ।


ଦୂରେ ଯଦି ଥାଏ

ହଜି ଯାଏ ମନ

ପାଖେ ଥିଲେ ସେ

ମଜ୍ଜିଯାଏ ମନ ।


ଚନ୍ଦ୍ର ଯଦି ଦୂରେ ଅଛି

ସୂର୍ଯ୍ୟ ଯଦି ଅନନ୍ତ ଆକାଶେ

ତଥାପି କଇଁ ଓ ପଦ୍ମ ପାଇଁ

ଯେ ଯାହାର ସେ ତାହାର ।


ମୁଁ ମୋର ଖୋଜି ଚାଲେ

ଭେଟିବାକୁ ସେ ଅମୀୟ

ସମାଜ ବାଧା ଦିଏ

ବ୍ୟାକୁଳିତ ମୋହରି ଜୀବନ 

ଏହା କ'ଣ ଆକର୍ଷଣ ନୁହେଁ ।



Rate this content
Log in

Similar oriya poem from Romance