ସ୍ପର୍ଶ (ଛିଆଁ)
ସ୍ପର୍ଶ (ଛିଆଁ)
ମନେ ପଡିଯାଏସି ସେ ଦିନର୍ କଥା
ପହେଲା ଚଉଠି ରାଏତ୍,
ଚିନ୍ହା ନାଇଁ ,ଜଣା ନାଇଁ ଦୁହିଁକର୍
କେନ୍ତା କଟିଥିଲା ରାଏତ୍ ।
କଲେ କଲେ କରି ପାଖ୍ କେ ଗଲି
ତମର୍ ଠାନ୍ କେ ମୁଇଁ,
କଥା ପଦେ ହେବାର୍ ଲାଗି
ଡର୍ ଲାଗୁଥିଲା ତାହିଁ ।
କେତେ କଲେ ବଲେ ସାହାସ ଜୁଟେଇ
ପହେଲା ଛି'ଥିଲି ତମ୍'କେ,
ହାତ୍ ମୋର୍ ଥରି ଉଠିଥିଲା
ଉଢନା ଟେକଲି ଜେ ।
ପହେଲା କରି ଛି'ଥିଲି ତମ୍'କେ
ପାଖେ ତୁମର୍ ବସି,
ଦିହେ ମୋର୍ ନିଆଁ ଲଗେଇ ଥିଲା
ତୁମର୍ ମୁଲକି ହସି ।
ସୋର୍ ପଡିଗଲେ ପହେଲା ଛିଆଁ
ହସା ଲାଗ୍ ସି କେତେ,
ଚୁପ୍ ଚାପ୍ ରହିଥିଲା ଦୁହିଁ ଜଣ
ଡର୍ ଲାଗୁଥିଲା ସତେ ।
ଭୁଲି ନାଇଁ ପାରେ ସେ ପହେଲା ଛିଆଁ
ଜୀବନ୍ ଥିବାର୍ ଯାକେ,
କନିଆ,ବର୍ ପହେଲା ମିଲନ୍ ରାତି
ସୋର୍ ଲାଗୁଛେ ତମ୍'କେ ।

