STORYMIRROR

Balaram Barik

Romance

3  

Balaram Barik

Romance

ନଈ ସେପାରୀ କନକ ଗୋରୀ

ନଈ ସେପାରୀ କନକ ଗୋରୀ

1 min
220


ତୁମ ଅଫେରା ବାଟକୁ ଚାହିଁ ଚାହିଁ 

ଶୁଖିଗଲାଣି ମୋ ଆଖିରୁ ସବୁତକ ପାଣି

କଥା ଥିଲା ଫେରିବ ,

ବୁଣିଦେଵ ମୋ ଅନିଦ୍ରା ଆଖିରେ 

 ମେଞ୍ଚା ମେଞ୍ଚା ସ୍ୱପ୍ନ ପୁଣି।

ଅପେକ୍ଷାର ଫଳ ମିଠା ବୋଲି ଥିଲି ଶୁଣି।

କାହିଁ କେତେ ଯୁଗରୁ.... 

ମୁଁ ଅବିରାମ ଅନେଇ ରହିଲିଣି।

ଋତୁ ପରେ ଋତୁ ମାସ-ବର୍ଷ ବିତି ତ ଗଲାଣି 

ଲୁଣିଆ ଲାଗିଲାଣି ଏବେ ସବୁ ମିଠାପାଣି।

ତୁମେ କଣ ସତେ ମୋ କଥା 

ତୁମ ମନରୁ ପାସୋରି ଦେଲଣି !!! 

ତୁମ ସାଥେ ସତେ କଣ ଦେଖା ହେବ

ମୋର ଏ ଜନମେ ପୁଣି !!

ତୁମ ସ୍ନେହ ବୋଳା ଆଖି ,

ସହାନୁଭୂତିର ଓଠ ,

କାଉଁରୀ ସ୍ପର୍ଶ କୁ ଆଜି ବି ମୁଁ 

ରହିଛି ଅନାଇ କରି ...

ଅଗୋ ମୋର ନଈ ସେପାରୀ କନକ ଗୋରୀ।



Rate this content
Log in

Similar oriya poem from Romance