ସଉତୁଣୀ
ସଉତୁଣୀ
ନବବଧୂ ସାଜି ଆସିଲି ଯେବେ ମୁଁ,
ମୁଣ୍ଡେ ଦେଇଥିଲି ନାଲି ଓଢଣୀ,
ମନେ ଅଛି ମୋର କହିଥିଲ ମୋତେ,
ମୁଁ ଅଟେ ତୁମର ସାଧବ ରାଣୀ ।
ତୁମରି ଆଖିରେ ଦୁନିଆଁ ଦେଖି୍ଲି,
ତୁମେ ହେଇଗଲ ମୋର ଦୁନିଆଁ,
ପାଖ ମୋର ତୁମେ ଛାଡୁ ତ ନ ଥିଲ,
କହିଲ କରିଛି ମୁଁ କିମିଆ ।
ଚାହୁଁଚାହୁଁ କେତେ ଦିନ ସରିଗଲା,
ପାହିଗଲା କେତେ ଅଭୁଲା ରାତି,
ଆଜି କାହିଁ ପ୍ରୀୟେ ବହୁ କଷ୍ଟ ଦିଏ,
ଅବାଞ୍ଛିତ ତୁମ ମଉଳା ପ୍ରୀତି ।
ମୋ ଠାରୁ କଅଣ ଏତେ ଯେ ସୁନ୍ଦରୀ,
ତୁମ ସାହିତ୍ୟ ଓ ଶବ୍ଦର ଧାରା,
ଭୂଲି କି ଗଲ ମୋ ଭୃକୁଞ୍ଚନେ,
ଝଲସନ୍ତି ମୋତି ମାଣିକ ହୀରା ।
ପାଖରେ ଥାଇବି ଜଣାଇ ପାରେନା,
ମନେ ଅଙ୍କୁରିତ ଯେତେ ଯାତନା,
ଇଛ୍ଛା ନ ଥିଲେ ବି ମନ ମୋର ହୁଏ,
ସାହିତ୍ୟକୁ କରିବାକୁ ଭର୍ଝନା ।
ତୁମ ଏ ଭାବନା ନୁହଁକି ଲାଞ୍ଛନା,
ନିଜକୁ ବୁଝେଇ ବୁଝି ପାରୁନି,
କେମିତି ସହିବି ନିଶ୍ଚୟ କହିବି,
ସାହିତ୍ୟ ଅଟଇ ମୋ ସଉତୁଣୀ।
