ଲୁହ
ଲୁହ
ସତରେ ଲୁହ,
ତୁ ବଡ ଭାଗ୍ୟବାନ,
ତୋ ଇଚ୍ଛାରେ କେବେ ତୁହି ରଙ୍ଗୋଲି ଫାଲ୍ଗୁନ,
ତ କେବେ ଲୁହର ଶ୍ରାବଣ ।
କିନ୍ତୁ ମୁଁ ?
ଶିକୁଳିରେ ବନ୍ଧା ମୋର ପାଦ,
ନା ଆଗକୁ ଯାଉଛି, ନା ପଛକୁ ଫେରିଛି,
ଘେରେ ମୋତେ ବହୁ ବାଦ ଓ ବିବାଦ ।
ଖୁସିରେ ଯେବେତୁ ହେଉଛୁ ବିଭୋର,
ଆନନ୍ଦାଶ୍ରୁ ହୋଇ ଝରିଯାଉ,
ନମାନୁ ତୁ ସ୍ଥାନ କାଳ ପାତ୍ର,
ତୋ ପାଇଁ ଏହି ଅଟେ ଶ୍ରେଷ୍ଠ ପୁରସ୍କାର ।
କିନ୍ତୁ ମୁଁ?
ମନ ଯେବେ ଖୁସି ହୁଏ,
ପାରେନି ମନ ଖୋଲି ହସି,
କାହିଁକି ନା, ମନେ ଥାଏ କଟାକ୍ଷର ଡର ।