Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash Panigrahi dash

Inspirational

4.3  

Alhadini Panigrahi dash Panigrahi dash

Inspirational

ଗୁରୁ ହିଁ ପରମେଶ୍ଵର

ଗୁରୁ ହିଁ ପରମେଶ୍ଵର

1 min
180


ଗୁରୁଙ୍କର ଗୁଣ ବାଖ୍ୟା କେ କରିବ

ଶବ୍ଦ ପଡିଯିବ ଉଣା

ଯିଏ ଶିକ୍ଷା ଦ୍ୟନ୍ତୁ ଯେଉଁ ରୁପ ଭେଶେ

ସେ ତ ଗୁରୁ ରୂପେ ଗଣା  ୧  


ଗୁରୁ ରୁପେ ମାତା ଶିକ୍ଷା ଦାନ କରେ

ହସିବା ଖାଇବା ଠାରୁ

ସମାଜ ଚଳଣୀ ସସ୍କାର ପର୍ଯ୍ୟନ୍ତେ 

ଶିଖି ଥାଉଁ ତାଙ୍କ ଠାରୁ  ୨  


ଚାଲିବା ଶିଖାନ୍ତି ପିତା ଗୁରୁ ହୋଇ

ଜୀବନ ରାସ୍ତାର ପରେ

ସଂସାର ନାଆର ନାଉରିଆ ସାଜି

ଉଦ୍ଧରନ୍ତି ସଙ୍କଟରେ  ୩  


କୀଟ ପତଙ୍ଗଠୁ ମଣିଷ ପର୍ଯ୍ୟନ୍ତେ

ସଭିଏଁ ତ ଆମ ଗୁରୁ

ପ୍ରତିଦିନ ଆମେ କିଛି କିଛି ଶିକ୍ଷା

ପାଇଥାଉଁ ତାଙ୍କ ଠାରୁ  ୪  


ଗୁରୁଙ୍କୁ ଦେଖୁଛି ସଚରାଚର 

ପୃଥ୍ୱୀଠୁ ଆକାଶ ଯାଏ

ସଭିଏଁ ଦିଅନ୍ତି ଜୀଇଁବାର ଦୀକ୍ଷା

ଜନମୁଁ ମରଣ ଯାଏ  ୫  


ଶିକ୍ଷା ଗୁରୁ ହ୍ୱନ୍ତୁ ଅବା ଦୀକ୍ଷା ଗୁରୁ

ଗୁରୁ ତ ପରମେଶ୍ଵର

ଜୀବନ ଯାତ୍ରାର ପ୍ରତି ମୁହୂର୍ତ୍ତରେ

ମାଗେ ଆଶିଷ ତାଙ୍କର  ୬  



Rate this content
Log in

Similar oriya poem from Inspirational