**ଗ୍ରୀଷ୍ମ ଦିପହରେ ପାନୀୟ;;
**ଗ୍ରୀଷ୍ମ ଦିପହରେ ପାନୀୟ;;
ଖରା ଦିନେ ଗଛେ ପାଚି ଝୁଲୁଥିସି
ଖେଲୁଥିସି ଦୁଲି ଖେଲ୍
ମେଡିକାଲ୍ ଭାଷା ଥି ଅଗ୍ଲେ ମର୍'ମେଲୋସ୍
ଆମର୍ ଭାଷା ଥି ବେଲ୍ ାା୧ାା
ଖାଣ୍ଟି ସୁନା ବାଗିର୍ ଝଁକି ଯାଉଥିସି
ଦିହେ ଖରା ବାଜିକରି
ହାତ୍ ଠାରି କରି ଡାକୁଥିସି ସତେ
ମୋତେ ନିଅ ତୁଲିକରି ାା୨ାା
ଉପର୍ ଟା ସିନା ଟାନ୍ ବର୍ ବର୍
ଭିତର୍ ଗୁଦାନ୍ ମିଠା
ହେନତି ଖ କି ପନା ଗୁଲିକରି
କାଢିନେବ ସେନର୍ ଅଠା ାା୩ାା
ଶିତଲ୍ ପାଏନ୍ ଥି ଗୁଲିଦେବ ଆର୍
ପଟ୍ କେ ଦେବ ଫିକି
ଲାଗବା ବତରେ ଗୁର୍ ଦେଇଦେଲେ
ସୁରପେ କେ ଦେବ ଢୁକି ାା୪ାା
ପନା ତ ପନା ବେଲ୍ ର୍ ପନା
ପନା ଭିତରେ ରଜା
ଖରାଦିନେ ଇତାର୍ ଆଦର୍ ଦେଖି
ମୁହୁଁ ଶୁଖାସି ଖଜା ା୫ାା
ବେଲ୍ ପନାର୍ ଗୁନ୍ ଗୁରଦୁ ଟେ
ପେଟ୍ କେ କରସି ସଫା
ପେଟର୍ ବେମାରୀ କିଛି ନାଇଁ ରହେ
କରିଦେସି ଦଫା ରଫା ାା୬ାା
ଭିଟାମିନ୍ ଇ ବି ସି ସବୁତ ପୁରିଛେ
ହାଡ୍ କେ କରସି ଶକତ୍
ବିପି ,ସୁଗର୍ ,ଅଲସର୍ ବାଲେ କେ ବଢିଆଁ
ସଫା ବି କରସି ରକତ୍ ାା୭ାା
ଆସରେ ଆସରେ ପନା ତ ପିଇମା
ମିଶେଇ ଭାବର୍ ଭଙ୍ଗ
ଭାବର୍ ବେଭାର୍ ଯେ ଶିଖିଛେ
କାହାକେ ନି ବୁଝେ ଖଙ୍ଗ୍ ାା୮ାା
