Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Classics

3  

Alhadini Panigrahi dash

Classics

ଚାନ୍ଦ ନା ତୁମେ ତାରା

ଚାନ୍ଦ ନା ତୁମେ ତାରା

1 min
161



ଚାନ୍ଦ ନା ତୁମେ ତାରା

ମୁଁ ଭାବୁଥାଏ ରାତି ସାରା

ଚାନ୍ଦିନୀ ପଣତ ଘୋଡ଼ାଇ ହୋଇ ମା'

ଅନୁଭବେ ତୁମ ଛୁଆଁ

ଚାନ୍ଦ ନା ତୁମେ ତାରା।


ତୁମ ସ୍ନେହ ଅପାଶୋରା

ତୁମ ଓଠରେ ଅମୃତ ଭରା

ମୋ କର୍ଣ୍ଣ ଖୋଜଇ ସେ ପୀୟୁଷ ମା'

ତୁମ କଣ୍ଠ ସ୍ବର ଫୁଲ ଝରା

ଚାନ୍ଦ ନା ତୁମେ ତାରା ।


ମୋ ଶୈଶବ ସ୍ମୃତିର ହୀରା

ମୋ ସ୍ପନ୍ଦନର ଆଦି ଧାରା

ଏବେ ବି ମୋ ମନ ଝୁରି ହୁଏ ମା'

ତୁମ ଭିଜା ପଣତର ବାସ୍ନା

ଚାନ୍ଦ ନା ତୁମେ ତାରା ।


ଥିଲ ହସ ଖୁସିର ପେଟରା

ଥିଲ ଆନନ୍ଦର ବାରିଧାରା

ସରଳ ତରଳ ତୁମ ଚାହାଣୀ ମା'

ଖୋଜିବି ଜୀବନ ସାରା

ଚାନ୍ଦ ନା ତୁମେ ତାରା ।


ମୋ ଶୀତ ସକାଳର ଖରା

ତୁମ ବିନା ଶୂନ୍ୟ ସାରା ଧରା

ତୁମ ନୂତନ ଠିକଣା ଖୋଜି ହୁଏ ମା'

ଆକାଶକୁ ଚାହିଁ ପରା

ଚାନ୍ଦ ନା ତୁମେ ତାରା ।



Rate this content
Log in

Similar oriya poem from Classics