ଗାନ୍ଧୀ ହେ ତୁମେ ଫେରିଆସ
ଗାନ୍ଧୀ ହେ ତୁମେ ଫେରିଆସ
ପ୍ରାଣ ଠାରୁ ବଳି ଭଲପାଅ ଯାରେ
ସେଇ ମାଆ ଆଜି ଡାକୁଛି ଅଧିରେ
ସରଗ ରାଇଜୁ ଓହ୍ଲାଇ ଆସି
ଶୁଣ ଥରେ ତାର ପ୍ରାସ
ଗାନ୍ଧୀ ହେ ତୁମେ ଫେରିଆସ ାା୧ାା
ଲାଠି ଖଣ୍ଡେ ପରା ଥିଲା ତୁମ୍ଭ ଶସ୍ତ୍ର
ଆଣ୍ଠୁ ଲୁଚା ଧୋତି ଥିଲା ତୁମ୍ଭ ବସ୍ତ
ସରଳ ଜୀବନ ଗହନ କଥା କୁ
ବୁଝାଇ ଦେବ ହେ ଆସ
ଗାନ୍ଧୀ ହେ ତୁମେ ଫେରିଆସ ାା୨ାା
ଗାଉଥିଲ ତୁମ୍ଭେ ଅହିଂସା ର ମନ୍ତ୍ର
ସତ୍ୟ,ନ୍ୟାୟ ଗୁଣେ ହୋଇଣ ଦିକ୍ଷିତ
ସେଇ ମହାମନ୍ତ୍ରେ ଦିକ୍ଷା ଦେବାକୁ
ଆଉ ଥରେ ତୁମେ ଆସ
ଗାନ୍ଧୀ ହେ ତୁମେ ଫେରିଆସ ାା୩ାା
ଯେଉଁ ନାରୀ ପ୍ରତି ଦେବାକୁ ସମ୍ମାନ
ବୁଝାଉ ଥିଲ ହେ ମହାତ୍ମା ମହାନ
ସେଇ ନାରୀ ଆଜି ହେଉଛି କିପରି
ନିର୍ଯାତିତା ତା ଦେଖି ଆସ
ଗାନ୍ଧୀ ହେ ତୁମେ ଫେରିଆସ ାା୪ାା
ମଠ,ମନ୍ଦିର ରେ ଭଣ୍ଡ ଙ୍କର ଭିଡ
ମର୍ଯ୍ୟାଦା ର ନାହିଁ କିଛି ବନ୍ଧ,ବାଡ
ମାନବିକତା ର ସଂସ୍କାର ଶିକ୍ଷା
ଦେବାକୁ ହେ ବାପୁ ଆସ
ଗାନ୍ଧୀ ହେ ତୁମେ ଫେରିଆସ ାା୫ାା
ଭାରତ ମାତା ର ଆଖି ଲୁହ ଧାର
ବୋହୁଅଛି ଅବିରଳ ଝର ଝର
ସେଇ ଅଶ୍ରୁ ଧାର ପୋଛି ଦେବାକୁ
ପୁଣି ଥରେ ତୁମେ ଆସ
ଗାନ୍ଧୀ ହେ ତୁମେ ଫେରିଆସ ାା୬ାା