ସମର୍ପିତା ସୌଭାଗିନୀ
ସମର୍ପିତା ସୌଭାଗିନୀ
ସ୍ବାମୀ ସୁଖେ ସୁଖୀ ସ୍ବାମୀ ଦୁଃଖେ ଦୁଃଖୀ
ସମର୍ପିତା ସୌଭାଗିନୀ
ସ୍ବାମୀ ବିନା ଆନ ନ ଜାଣଇ କିଛି
ହୁଏ ସ୍ବାମୀ ସୁହାଗିନୀ ।
ସ୍ବାମୀର ଅନ୍ତର ବୁଝି କରେ କାମ
ସ୍ବାମୀ ଈଶାରାରେ ଥାଏ
ସ୍ବାମୀ ଚରଣରେ ବନ୍ଧା ତା ପରାଣ
ସବୁ ସୁଖ ତାକୁ ଦିଏ ।
ସ୍ବାମୀ ଥାଏ ତାର ହୃଦ ରତ୍ନହାର
ମନ ଥାଏ ସ୍ବାମୀ ପାଶେ
ଅତ୍ୟନ୍ତ ବିଶ୍ୱାସୀ ହୁଅଇ ସ୍ବାମୀର
ରହଇ ସଦା ବିଶ୍ୱାସେ ।
ସ୍ବାମୀ ଗୁରୁ ସ୍ବାମୀ ପରମ ବାନ୍ଧବ
ସ୍ବାମୀ ସେବା ତାର ଧର୍ମ
ସୌଭାଗିନୀ ନାରୀ ଜାଣି ଏ ମରମ
କରଇ ସକଳ କର୍ମ ।
ଜୀବନକୁ ତାର ସମର୍ପି ଦେଇଛି
ସଦା ପତି ଚରଣରେ
ନିଜ ସୁଖ ଦୁଃଖ କିଛି ସେ ନ ଭାବେ
ଥାଏ ପତି ଧରମରେ ।
ଶାଶୁ ଶଶୁରଙ୍କ ପ୍ରିୟ ବୋହୁ ସାଜେ
ସମର୍ପିତା ସୌଭାଗିନୀ
ଅନ୍ତରେ ବାହାରେ ଶ୍ରଦ୍ଧା ରଖିଥାଏ
ହୁଏ ଆନନ୍ଦ ଭାଗିନୀ ।
ବନ୍ଧୁ ବାନ୍ଧବଙ୍କ ଖିଆଲ ରଖଇ
କରେ ତାଙ୍କୁ ସମାଦର
ସ୍ବାମୀ ସେବା ଚର୍ଚ୍ଚା ସଭିଙ୍କର କରେ
ନ କରଇ ହତାଦର ।
ଗୁରୁ ଗୁରୁଜନ ସଭିଙ୍କୁ ଆଦର
ସମ୍ମାନ କରଇ ସେହି
ପିଲା କବିଲାଙ୍କ ଭଲ ମନ୍ଦ ବୁଝି
ସଭିଙ୍କୁ ସେନେହ ଦେଇ ।
ପରିବାର ହିତ ସଭିଙ୍କ ମଙ୍ଗଳ
କାମନା ବାସନା ତାର
ସମର୍ପିତା ସୌଭାଗିନୀ ନାରୀ
ପାଇଥାଏ ସଭିଙ୍କଠାରୁ ଆଦର ।