Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ଗୁରୁ ଦିବସର ଗୁରୁତ୍ୱ

ଗୁରୁ ଦିବସର ଗୁରୁତ୍ୱ

1 min
252



ତାମିଲନାଡୁର ଥିରୁତ୍ତାନି ଠାର

  ଜନ୍ମି ସର୍ବମାନ୍ୟ ଗୁରୁ  

ଅଠରଶ ଅଠାଶି ସେପ୍ଟେମ୍ବର ମାସି

  ପାଞ୍ଚ ତାରିଖକୁ ସ୍ମରୁ।


ସୀତାମ୍ମା ସମ୍ଭୁତ ଭୀରାସ୍ୱାମୀ ସୁତ

   ଭାରତ ରତ୍ନେ ଭୂଷିତ

ସ୍ୱାଧିନ ଦେଶର ଉପ ରାଷ୍ଟ୍ରପତି

   ରାଷ୍ଟ୍ରପତି ସମ୍ମାନିତ।


ଇଂରାଜୀ ଭାଷାର ଦରଶନ ସାର

   'ଧରମ ତଥା ସମାଜ'

'ଆଦର୍ଶ ଜୀବନ' 'ଭାରତ ଦର୍ଶନ'

   'ହିନ୍ଦୁ ଦୃଷ୍ଟିରେ ଜୀବନ।'


ବିଶ୍ୱ ଦର୍ଶନର ଵୃଦ୍ଧି କଳେବର

   ଯୋଗଦାନ ସମୁନ୍ନତ

ଜନ୍ମ ଦିବସକୁ ଅର୍ପି ଶିକ୍ଷକଙ୍କୁ

   ଗୁରୁ ଦିବସ ଭଣିତ।


ହେ ମୋର ପ୍ରିୟ ଶିକ୍ଷକ ଉଚ୍ଚ ଦାର୍ଶନିକ

  ଜାତିର ଜନ ନାୟକ

ଗୁରୁ ଦିବସର ବଢ଼ୁ ପରିସର

  ରହୁ ସର୍ବପଲ୍ଲୀ ଟେକ।


ପିତାମାତା ଗୁରୁ ଶିକ୍ଷା ଦୀକ୍ଷା ଗୁରୁ

  ଗୁରୁ ଗହନ ବ୍ୟାପାର

ଈଶ୍ବରଂକ ଠାରୁ ଗୁରୁ ପଦ ଗରୁ

  ମଣିଷ ତିଆରି କର।


ଅବଧୂତଙ୍କର ଚବିଶ ପ୍ରକାର

  ଗୁରୁ ଜ୍ଞାନ ପରମାଣି

ଶିକ୍ଷା ବିନା ନର ଶିଙ୍ଗ ଲାଙ୍ଗୁଡର

   ହୀନ ପଶୁଟିଏ ଜାଣି।


ମାତା ପିତା ଗୁରୁ ବିଭୁ ଠାରୁ ଗରୁ 

   ଦିବସ କଲ ନିଦାନ

ଗୁରୁ ଦିବସରେ ପ୍ରଣାମ ପ୍ରସରେ

   ଗୁରବର ମୋର ଘେନ । 

     



Rate this content
Log in

Similar oriya poem from Inspirational