STORYMIRROR

Binata Mohanta

Inspirational

3  

Binata Mohanta

Inspirational

ତସ୍ମୈ ଶ୍ରୀ ଗୁରବେ ନମଃ

ତସ୍ମୈ ଶ୍ରୀ ଗୁରବେ ନମଃ

1 min
133


ଗୁରୁ ଶବ୍ଦର ଅର୍ଥ

  ଜ୍ଞାନ ଓ ଦକ୍ଷତା ପୂର୍ଣ୍ଣ

ଯାହାର ମାର୍ଗ ଦର୍ଶନେ

  ଗୁଣି ହୁଏ ଅଜ୍ଞାନ ।।


ଗୁରୁ ମାର୍ଗ ଦର୍ଶକ

   ଜୀବନର ପଥ ପ୍ରଦର୍ଶକ

ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ 

   ଜୀବନ ଗଠନର ପ୍ରଶିକ୍ଷକ ।।


ଗୁରୁଙ୍କ ଦିବ୍ୟ ଜ୍ୟୋତି ଧାରାରେ

   ଜୀବନ ହୁଏ କୁସୁମିତ

ଶ୍ରେଣୀ କକ୍ଷେ ହୋଇ ଉପସ୍ଥିତ

   ଅନ୍ୱେଷଣ କରନ୍ତି ଗୁଣ ଲୁକ୍କାୟିତ ।।


ଶିକ୍ଷା ରୂପକ ଅଗ୍ନି ଯେବେ

   ହୋଇ ଥାଏ ପ୍ରଜ୍ୟୋଳିତ

ଗୁରୁଙ୍କ ଜ୍ଞାନ ଆଲୋକେ

   ବିଦ୍ୟାର୍ଥୀ ହୁଏ ଆଲୋକିତ ।।


ଭାରତୀୟ ସଂସ୍କୃତିରେ

   ଗୁରୁଙ୍କ ସ୍ଥାନ ଅତୁଳନୀୟ

ଅର୍ଜନ କରିଥିବା ଶିକ୍ଷାର

   କରିବା ଉଚିତ ବିନିମୟ ।।


ସମସ୍ତ ଗୁରୁଙ୍କ ଚରଣେ

   ମୋ'ର କୋଟି କୋଟି ପ୍ରଣାମ

ସର୍ବାଗ୍ରେ,"ତସ୍ମୈ ଶ୍ରୀ ଗୁରବେ ନମଃ ।। 



Rate this content
Log in

Similar oriya poem from Inspirational