STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ଉଦବୋଧନ କବିତା:# ବୃଦ୍ଧ #

ଉଦବୋଧନ କବିତା:# ବୃଦ୍ଧ #

1 min
223

  

ଜୀବନ ଯୋଗର ସାୟାହ୍ନ ଘଡିରେ

      ବୃଦ୍ଧବସ୍ଥା  ଆସିଥାଏ

ଚଳ ଚଞ୍ଚଳ ସେ ଶରୀରଟା ଛାଏଁ

    ତେଜହୀନ ହୋଇଯାଏ ।।


ବୃଦ୍ଧ ବୟସରେ ଜୀବନଟା କେତେ

       ମୂଲ୍ୟହୀନ ଲାଗିଥାଏ

ଅଲୋଡା ଅଖୋଜା ପଣରେ ନିଇତି

       ଝୁରିବାଟା ସାର ହୁଏ ।।


କ୍ରମେ ସ୍ଥିତିଶୂନ୍ୟ ଆଉ ଭିତ୍ତିହୀନ

       ସମାଜ ଆଖିରେ ହୁଏ

ଯୌବନର ସେଇ ଉଦ୍ଦାମତା ଆଉ

      ମନରେ ରହି ନ ଥାଏ ।।


କଲା କର୍ମ ଫଳ ଭୋଗିବାକୁ ହୁଏ

      ନିଶ୍ଚୟ ବୁଢା ବୟସେ

ଆଉ ମିଳେ ନାହିଁ ଆଦର ଯତନ

     ବଞ୍ଚଇ ଯାହା ନିରାଶେ ।।


ଆପଣା ଲୋକ ଯେ ଅପମାନ ଦେଇ

      ତୁଟାନ୍ତି ମାନ ମହତ

ବଞ୍ଚି ଥାଉ ଥାଉ  ନିତି ମରିଥାନ୍ତି

       କଳିର ରୀତି ଏହି ତ ।।


ହତାଦର କେବେ କରିବାନି ଆଉ

      ବୃଦ୍ଧ ବୃଦ୍ଧା ମାନଙ୍କର

ସେମାନଙ୍କ ଜ୍ଞାନ ଭଣ୍ଡାରେ ସାଇତା

      ଦୁର୍ଲ୍ଲଭ ଶକ୍ତି ଅପାର ।।


ଯେତେ ଅନୁଭୂତି ଆଉ ଅଭିଜ୍ଞତା

     ଭରିଛି ତାଙ୍କରି ଠାରେ

ସେସବୁ ଠିକଣା କାମରେ ଲଗାଇ

     ସମାଜ ସୁଧାରିବାରେ ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational