STORYMIRROR

ବି. ନିରୁପମା

Inspirational

4.0  

ବି. ନିରୁପମା

Inspirational

କରିବି ଉପଯୋଗ

କରିବି ଉପଯୋଗ

1 min
264



ଏ ଦେଶ ନାଗରିକ ମୁଁ ଜଣେ

   ଏ ଦେଶ ନାଗରିକ,

କର୍ତ୍ତବ୍ୟ ଯାହା କରି ଚାଲିବି

   ହୋଇକି ନିରୀଭିକ ।


ରହିଛି ଏଠି ନିୟମ ଯାହା,

ସମ୍ମାନ ଦେଇ ମାନିବି ତାହା ।

ଦୁଃଖୀ ଲୋକଙ୍କୁ ହୋଇବି ସାହା

    ପାରୁପର୍ଯ୍ୟନ୍ତ ମୁହିଁ,

ଏ ଦେଶ ପାଇଁ କରିବି କାମ

    ପଛେଇଯିବି ନାହିଁ ।


ଅଛିଟି ଯାହା ମୋ ଅଧିକାର,

କରିବି ଉପଯୋଗ ତାହାର ।

ଗଢ଼ିବି ପସନ୍ଦ ସରକାର

   ଭୁଲିଯିବିନି କଦା,

ମତଦାନ ମୁଁ କରିବି ପୁଣି

  ଶୃଙ୍ଖଳା ରଖି ସଦା ।


ଅନ୍ୟାୟ ଯହିଁ ଦେଖିବି ମୁହିଁ,

ପ୍ରତିବାଦଟି କରିବି ତହିଁ ।

ତୁନି ହୋଇକି ରହିବି ନାହିଁ

   ଅତ୍ୟାଚାରକୁ ପଣ୍ଡ,

କରିବି ବୁଦ୍ଧି ବଳ ଖଟାଇ

  ଦୋଷୀଙ୍କୁ ଦିଆଇ ଦଣ୍ତ ।


ଏ ଦେଶ ମାଟି, ପାଣି, ପବନ,

ପାଇ ବଢ଼ିଛି ଏଇ ଜୀବନ ।

ତେଣୁ ତା' ହିତେ ଦେବି ଧିଆନ

    ମାଟି ନୁହେଁ ସେ ମାଆ,

ଭୁଲିନାହିଁ ମୁଁ ଭୁଲିବି ନାହିଁ

   ଭାରତ ତା'ର ନାଆଁ ।




Rate this content
Log in

Similar oriya poem from Inspirational