STORYMIRROR

SACHALA GURU

Inspirational

3  

SACHALA GURU

Inspirational

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
257

ବିଦ୍ୟାର୍ଥୀ ଜୀବନ ବହୁ ମୂଲ୍ୟବାନ

ମହନୀୟ ଗୁଣଧରି

ଗୁରୁଙ୍କ ଆଦର୍ଶ କରଇ ଉତ୍କର୍ଷ

ସାଗରୁ ହୁଏ ସେପାରି ||


ଉତ୍ତମ ଚରିତ୍ର ଅନ୍ତର ପବିତ୍ର

ନିର୍ମଳ ହୃଦୟ ଯା'ର

ନମ୍ରତା, ଦକ୍ଷତା, ଜ୍ଞାନ କୌଶଳତା

ଆପେ ଆପେ ଆସେ ତା'ର ||


ବିଦ୍ୟାର୍ଥୀ ବ୍ୟକ୍ତିତ୍ୱ ପ୍ରକୃତ ମହତ୍ତ୍ୱ

ଶୃଙ୍ଖଳା ଜ୍ଞାନରେ ଥାଇ

ସତ୍ୟ, ନ୍ୟାୟ, ଧର୍ମ, ଦୟା, କ୍ଷମା, ମର୍ମ

ଉଚ୍ଚକୋଟୀର ତା' ହୋଇ ||


 ଉତ୍ତମ ବୁଝିବା ଧର୍ଯ୍ୟଶୀଳ ହେବା

ପ୍ରକୃତ ଛାତ୍ର ଲକ୍ଷଣ

ଗୁରୁଙ୍କୁ ମାନିଣ କଥାରେ ଚାଲିଣ

ଧନ୍ୟ ହେବ ତା' ଜୀବନ ||


କଥାଟି କହିବ ସୁମଧୁର ତୁଲ

ମଜ୍ଜି ରହିଥିବ ଦେହେ

ମଧୁର ଭାଷାଟି କଠୋର ହୋଇଲେ

ବିପରୀତ ଦିଗେ ଧାଏଁ ||


ଲେଖି ପଢି କରି ଦକ୍ଷତାରେ ପୁରି

ଶିକ୍ଷା ତାକୁ କୁହେ ନାହିଁ

ଅଭ୍ୟାସ ଚଳଣି ନ ହେଲେ ତାହାରି

ବୃଥା ଜୀବନଟା ସେହି ||

ବହି ପଢି ଶିଷ୍ୟ ହୋଇଲା ସେ ବହି

ବହି ମର୍ମ ନ ବୁଝିଲା

ଆଚରଣ ସିଦ୍ଧ ନ ହେଲା ପ୍ରସିଦ୍ଧ

ଅଜ୍ଞାନତା ଆଚରିଲା ||


ତା ଜ୍ଞାନ ଗାରିମା ବୁଝି ହୁଏ ସିନା

ସଦାଚାରେ ପରିପୂର୍ଣ

ଗୁରୁ ଗୁରୁଜନ ପିତା ମାତା ମନ

କରିବୁ ହୃଦ ଚନ୍ଦନ ||


ସର୍ବ ଆଶୀର୍ବାଦ ତା' ମସ୍ତକେ ଥିବ

ହେବ ତା' ଜୀବନ ଜୟ 

ବିଦ୍ୟାର୍ଥୀର ସ୍ଥାନ ଉଚ୍ଚମନ ଜ୍ଞାନ

କେବେ ନ ହେବ ସେ କ୍ଷୟ ||


କର୍ତ୍ତବ୍ୟ ପରାଣ ଦାୟିତ୍ୱ ର ବୋଧ

ନିଷ୍ଠା ପ୍ରତିଷ୍ଠା କରଇ

ଜୀବନ ସାର୍ଥକ ଜାତି ଦେଶ ସ୍ୱାର୍ଥ

ଜାଗ୍ରତ କରିଣ ଥାଇ ||



Rate this content
Log in

Similar oriya poem from Inspirational