STORYMIRROR

Kalyani Nanda

Inspirational

3  

Kalyani Nanda

Inspirational

ମୁଁ ଏକ ସଚେତନ ନାଗରିକ

ମୁଁ ଏକ ସଚେତନ ନାଗରିକ

1 min
309

ସ୍ୱାଧୀନ ଭାରତର ମୁଁ ଯେ ସ୍ୱାଧୀନ ନାଗରିକ,

ପରାଧୀନତା କେବେ ମୋତେ ନ ଥିଲା ସ୍ୱୀକାର୍ଯ୍ୟ,

କେତେ ମୋଗଲ, ଫିରିଙ୍ଗି ଆସି କରିଗଲେ ଶାସନ,

ହାରି ନାହିଁ,ମଥା ନତ କରିନି, ମୁଁ ଯେ ସ୍ୱାଧୀନ ନାଗରିକ।


ଇତିହାସ ସାକ୍ଷୀ, ମୋ ଦେଶ ଗୈାରବ, ଗାରିମାର,

ଏକତା,ସମତା,ସତ୍ୟ, ଅହିଂସାର ଦେଶ ଆମ ଭାରତ,

ଜାତି, ଧର୍ମ ନିର୍ବିଶେଷେ ଆମେ ସଭିଏଁ ଭାରତୀୟ,

ଦେଶ ପ୍ରେମେ ଉଦବୁଦ୍ଧ ମୁଁ ଯେ ନ୍ୟାୟପ୍ରିୟ ନାଗରିକ।


ମୋ ଦେଶ ବାହାରେ,ଭିତରେ ଶତୃ ଆଜି ବି ଜୀବିତ,

ସାହସ,ବୀରତ୍ୱର ଅସିଘାତେ ଶତ୍ରୁତା ମୁଁ କରି ନିପାତ,

ଶାନ୍ତିର ବାରି ଝରାଇ ମାଆ ମାଟି ବକ୍ଷ ମୁଁ କରିବି ସିଞ୍ଚନ,

ଶସ୍ୟ ଶ୍ୟାମଳା କ୍ଷେତ ,ନଦୀ, ସାଗର ଯେ ଦେଶେ ଗାଏ ସଂଗୀତ।


ମୁଁ ଏ ନବ ଭାରତର ସନ୍ତାନ, ମୁଁ ତ ଭାରତୀୟ ,

ମୁଁ ଏ ଦେଶର ଶାସନ ନୀତିର ସଚେତନ ନାଗରିକ,

ମୋ ହାତେ ଦେଶର ନିର୍ମାଣ, ମୋ ହାତେ ବିକାଶ,

 ମୁଁ ହିଁ ଗଢି ତୋଳିବି ଏକ ସମୃଦ୍ଧ ଭାରତର ନବ କଳେବର।


   ମୁଁ ଯେ ଏ ସ୍ୱତନ୍ତ୍ର ଭାରତର ସ୍ୱାଧୀନ ନାଗରିକ,

   ମୁଁ ଯେ ସଚେତନ, ଶୃଙ୍ଖଳିତ, କର୍ତ୍ତବ୍ୟ ପରାୟଣ,

   ସତ୍ୟନିଷ୍ଠ, ଦେଶପ୍ରେମୀ, ନବ ଭାରତର ନାଗରିକ,

   ମୁଁ ହିଁ ଗଢି ତୋଳିବି ସ୍ଵର୍ଣ୍ଣପ୍ରସୂ ଏକ ନୂତନ ଭାରତ।


#ପ୍ରଥମ ମହାସପ୍ତାହ, ଉଦବୋଧନ କବିତା


             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational