ଆମ ଶିକ୍ଷାଦାତା ସିଏ
ଆମ ଶିକ୍ଷାଦାତା ସିଏ


ଜ୍ଞାନର ଆଲୋକ ଦିଅନ୍ତି ଯେ ଜାଳି,
ଦେଖନ୍ତି ଆମକୁ ପୁଅ ଝିଅ ଭଳି ।
ଉପକାର ଯେତେ ନ ହୋଇବ କଳି
ନ ଜାଣିଛି ତାଙ୍କୁ କିଏ ?
ଆମ ଶିକ୍ଷାଦାତା ସିଏ...
ଆମ ଶିକ୍ଷାଦାତା ସିଏ ।
ହାତ ଧରି ହସି ପଢ଼ାନ୍ତି ସେ ପାଠ,
ଶିଖାନ୍ତି ଆମକୁ ହେବାକୁ କର୍ମଠ ।
ଛାଟ ଧରି ପୁଣି କରନ୍ତି ଆକଟ
ହେବାକୁ ମଣିଷଟିଏ ।
ଆମ ଶିକ୍ଷାଦାତା ସିଏ...
ଆମ ଶିକ୍ଷାଦାତା ସିଏ ।
ସାହିତ୍ୟ, ବିଜ୍ଞାନ, ଇଂରାଜି, ଓଡ଼ିଆ,
ନାଚି ଗୀତ ଗାଇ ଶିଖାନ୍ତି ବଢ଼ିଆ ।
ରାଗନ୍ତି ବି କଥା କହିଲେ ତେଢ଼ିଆ
<p>ପାଠର ଭଣ୍ଡାର ଟିଏ ।
ଆମ ଶିକ୍ଷାଦାତା ସିଏ...
ଆମ ଶିକ୍ଷାଦାତା ସିଏ ।
ଶିକ୍ଷାଦାନ ସହ ଆହୁରି ଅନେକ,
କାର୍ଯ୍ୟ କରିଥାନ୍ତି ଆମରି ଶିକ୍ଷକ ।
ପରୋକ୍ଷରେ ସେ ତ ଦେଶର ସେବକ
ଏକଥା ନ ଜାଣେ କିଏ !!
ଆମ ଶିକ୍ଷାଦାତା ସିଏ...
ଆମ ଶିକ୍ଷାଦାତା ସିଏ ।
କରୁଛନ୍ତି ଯେଣୁ ସେ କାର୍ଯ୍ୟ ମହାନ,
ସେ ଶିକ୍ଷାଦାତାଙ୍କୁ କରିବା ସମ୍ମାନ ।
ମହତ କାମରେ ଲଗାଇବା ଜ୍ଞାନ
ଉଚିତ ହୋଇବ ଇଏ ।
ଆମ ଶିକ୍ଷାଦାତା ସିଏ...
ଆମ ଶିକ୍ଷାଦାତା ସିଏ ।