STORYMIRROR

Etishree Jana

Inspirational

3  

Etishree Jana

Inspirational

ନାରୀ

ନାରୀ

1 min
267

ନାରୀ ଜୀବନ ନୁହଁଇ ସହଜ

ଅନ୍ଧାରରେ କରେ ବାସ

ଅନ୍ୟକୁ ଆଲୋକ ପ୍ରଦାନ କରି

ଦିଏ ସେ ଅଗ୍ନିରେ ଝାସ।


ନାରୀ ଶବଦ କ୍ଷୁୁଦ୍ର ହେଲେ ମଧ୍ୟ

ଅର୍ଥ ତା'ର ଭିନ୍ନ ଭିନ୍ନ

ସଂସାରର ଦୁଃଖ ଆବୋରି ନେଇ

ଜିଣେ ସେ ସଭିିଙ୍କ ମନ।


ନିଜ ଖୁୁୁସି ଭୁଲି ଅନ୍ୟକୁ ହସାଏ

ଲୁଚାଇ ଆଖିର ଲୁୁହ

ତଥାପି ସମାଜ ପରଘର କହି

ଲଗାଏ ତାହାର ମୂଲ।


ନିଜ ଘର ଭୁଲି ପର ଘରେ ଯାଏ

ହଜାଇ ନିଜର ନାମ

କଳୁଷିତ ପଙ୍କେ ଫୁଟିିିଥାଏ ପଦ୍ମ

ପ୍ରେମ ସମ୍ମାନ ହିଁ ତା'ର କାମ୍ୟ।


ବଂଶର ପାଳିକା କୁଳର ଦୁହିତା

ଦେବଙ୍କ ସେ ସୁନ୍ଦର ରଚନା

ଯେ ସ୍ଥାନେ ଯାଏ ସେ ସ୍ଥାନେ ଫଳାଏ

ସୁନା ରୂପା ମୋତି ମୁକୁୁତା।


ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା

ନା ଅଟେ ସେ ବାରଙ୍ଗନା

ଅଟେ ସେ ମାତା,ଧାତ୍ରୀ,ଦୁହିତା

ସେ ଯେ ନାରୀ ବରେଣ୍ୟ ବନ୍ଦିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational