ନାଗରିକ
ନାଗରିକ
ପଲ୍ଲୀବାସୀ,ଗ୍ରାମବାସୀ ଅଛ ଯେତେ
ତା ସାଥେ ନଗରବାସୀ,
ଦେଶ,ରାଜ୍ୟ,ପଲ୍ଲୀ,ନଗର, ସହରେ
ଅଛ ଯେତେ ଅଧିବାସୀ ।
ସ୍ୱାଧୀନ ଦେଶର ସବୁ ଅଧିବାସୀ
ଅଟଇ ଯେ ନାଗରିକ,
ରାଷ୍ଟ୍ର ନିର୍ମାଣରେ ତୁମର ନିହାତି
ସହଯୋଗ ଆବଶ୍ୟକ ।
ରାଷ୍ଟ୍ରର ବିିିକାଶ,ପ୍ରତିରକ୍ଷା କ୍ଷେତ୍ରେ
ଅଛି ତୁୁମ ଅବଦାନ,
ତୁୁୁମ ତ୍ୟାଗ ଆଉ ବଳିଦାନ ଯୋଗୁଁ
ବଢିବ ରାଷ୍ଟ୍ରର ମାନ ।
ଦେଶ ଓ ଜାତିର ଅଗ୍ରଗତି ପାଇଁ
ବହିଅଛ କାର୍ଯ୍ୟଭାର,
ଦେଶବାସୀଙ୍କର କଲ୍ୟାଣ ନିମିତ୍ତ
ସାଜିଅଛ କର୍ମବୀର ।
ଅପରାଧ ମୁୁକ୍ତ ଦେଶ ଗଠନରେ
ସାଜିଯାଅ କର୍ଣ
୍ଣଧାର,
ଦୁର୍ନୀତି ମୁୁକୁତ ସମାଜ ଗଠନେ
ହୋଇଯାଅ ଅଗ୍ରସର ।
ସୁସ୍ଥ ଗଣତନ୍ତ୍ର ଗଠନରେ ତୁମେ
ଆସ ଆଗଭର ହୋଇ,
ସୁୁୁନ୍ଦର ସମାଜ ଗଠନ କର ହେ
ଆତ୍ମବଳିଦାନ ଦେଇ ।
ଭରପୁର ଶକ୍ତିି ରହିଛିି ତୁମଠି
ଦେଶକୁ ଶାସନ ଦିଅ,
କଲ୍ୟାଣ ସାଧନେ ନାଗରିକଗଣ
ଯତ୍ନଶୀଳ ହୋଇ ଯାଅ ।
ନତମସ୍ତକ ଯେ ହୁଅନାଇ କେବେ
ଶତୃ ନିିକଟରେ ତୁମେ,
ତୁୁମେ ଏକୁଟିିଆ ନୁୁହେଁ ତୁମ ପଛେ
ଛିିଡା ହୋଇଅଛୁ ଆମେ ।
ଜନନୀ ଜନମ ଭୂମିକୁ ନିଜର
ଶତୃଠାରୁ ରକ୍ଷାକର,
ସ୍ଵାଧୀନ ଦେଶର ଜାତୀୟ ଧ୍ଵଜାକୁ
ଉଡାଅ ଯେ ଫରଫର ।