STORYMIRROR

Samar Ballav Bhoi

Inspirational

3  

Samar Ballav Bhoi

Inspirational

ନାଗରିକ

ନାଗରିକ

1 min
160


ନାଗରିକ ଦେଶ ଓ ଜାତିର ଅମୂଲ୍ୟ ସମ୍ପଦ

ନିଜର କର୍ତ୍ତବ୍ୟକୁ ଜାରିରଖି ଗଢିଚାଲ ଦେଶ

ନୀତି ନିୟମେ ଚାଲି ଦୂରେଇ ଦେବା ବିପଦ

ଅବହେଳା ଭାଗ ମାପ କରିଦେବା ଶେଷ।। 


ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର କରିବା ଉଚିତ

ମନପ୍ରାଣ ସ୍ୱାବଲମ୍ବୀ ହୋଇ ଗଢ଼ିବା ନଗର

ବର୍ଣ୍ଣ ଧର୍ମ ଭେଦଭାବ ମନେ ନ କରିବା ଆଦୃତ

ବ୍ୟକ୍ତିଗତ ବୃତ୍ତିଗତ କାର୍ଯ୍ୟେ ନ ରଖି ସ୍ୱାର୍ଥର।।


ମୌଳିକ ଅଧିକାର ଅସ୍ତ୍ର ଅଟେ ନାଗରିକର

ଗଣତନ୍ତ୍ରର ସ୍ୱଛ ଶାସକ ବାଛିବା ହିଁ ଦରକାର

ଅସାଧୁତା ଅପପ୍ରଚାରରୁ ରହିବା ଅତି ଦୂର

କୁସଂସ୍କାର ଓ ଅଧର୍ମକୁ କରିବା ନାହିଁ ଆଦର।। 


ନାଗରିକର ଦାୟିତ୍ଵ ଦେଶ ଜାତି ଧର୍ମ ନିମିତ୍ତ

ଶାସନ ଶୃଙ୍ଖଳା ପାଇଁକି ସଯତ୍ନ ହେବା ଉଚିତ

ଦାୟିତ୍ଵବୋଧ କର୍ତ୍ତବ୍ୟଜ୍ଞାନକୁ ଦେବା ଗୁରୁତ୍ବ

ତେବେ ଦେଶ ଜାତି ଆମ ହେବ ଉନ୍ନତ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational