(୧୨)#ବୃଦ୍ଧ# ଉଦବୋଧନ କବିତା
(୧୨)#ବୃଦ୍ଧ# ଉଦବୋଧନ କବିତା
ଏବେ ଅସରନ୍ତି ଅପେକ୍ଷା ଆଉ ଆଶ୍ୱାସନାକୁ ନେଇ
କ୍ଷଣ କ୍ଷଣ ବଞ୍ଚୁଥିବା ଯୋଦ୍ଧା ସିଏ
ଭାବି ଥିଲା ସବୁରି ମନରେ ସବୁଜିମା ଭରିଦେବି
ଅଧୁନା ତାକୁ ପଚାରୁଛି ବା କିଏ ,
ହଁ ତମେ କିନ୍ତୁ ଦୁଃଖ କରନା ବୁକୁରେ ଚାପି ଯାତନା
ରଙ୍ଗ ହୀନ ଆଜିର ଜୀବନ ନେଇ ,
ଅଭାବୀ ସଂସାରକୁ ପାରୁ ପର୍ଯ୍ୟନ୍ତ ଦିଶା ତ ଦେଇଛ
ପୁଣି ଏ ପଶ୍ଚାତାପ କୋଉଥି ପାଇଁ ,
ବୟସ ସମର୍ପି ଦେଲ ନିଜ ଦୁନିଆ ତିଆରିବାରେ
ସ୍ଵାର୍ଥପର ହୋଇଣ ମାୟା ମୋହରେ,
ବଳକା ଜୀବନ ମାତୃଭୂମି ଲାଗି ଉତ୍ସର୍ଗି ତ ଦେଖ
ଜାଣିବ କେତେ ଯେ ସନ୍ତୋଷ ସେଥିରେ ,
କାଟି ପକାଅ ଶିଥିଳତାର ଫାଶ କର୍ମର ବେଦୀରେ
ସାଜ ଦେବବ୍ରତ କର୍ତ୍ତବ୍ୟ ପଥରେ
ଦେଖୁନ ସିନ୍ଦୂରା ଫାଟିଲାଣି ଦୂର ଦିଗବଳୟରେ
ବିଳମ୍ବ କାହିଁକି ଆଉ ଅନ୍ତିମ ଯୁଦ୍ଧରେ ,
ହୋଇପାର ତମେ ଶରୀରେ ବୃଦ୍ଧ ହେଲେ ମନରେ ନୁହେଁ
ଆଜି ବି ତରୁଣ ,କର୍ମ ତେଜ କହେ
ମାତୃଭୂମି ସେବା ନାଆଁରେ ନିଜକୁ ସମର୍ପଣ କର
ଦେଶ ପାଇଁ ଜୀଇଁ, ନାଁ ରଖ ଦେଶର ....... ।