Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Inspirational

3  

Tikeshwar Sahu

Inspirational

ନାରୀ

ନାରୀ

1 min
244


ସୃଷ୍ଟିର ସମ୍ଭାର ଶକ୍ତିର ଭଣ୍ଡାର ନାରୀ ତୁମେ ନାରାୟଣୀ,         

ଅନ୍ତରେ ଭରିଛି ଅମାପ ଶକତି ସେନେହ ଅଜସ୍ର ପୁଣି |୧|              

ସୁନ୍ଦର ସୃଷ୍ଟିର ଅନିନ୍ଦ୍ୟ ପସରା ଉଷାର ପହିଲି ରଶ୍ମୀ,           

କୋମଳ ପରଶ ଲାଗଇ ସରସ ଢାଳିଦିଏ ଯେହ୍ନେ ଶଶୀ |୨|          

ରତନ ଗରଭା ବସୁନ୍ଧରା ମାତା ସହନ ଶକ୍ତି ଅପାର,         

ନାରୀ ରୂପେ ତୁମେ ଧରଣୀ ସମଲୋ ସାରା ବିଶ୍ବରୂପ ସାର | ୩|             

ନାରୀ ଅଟେ ମାତା ଭଗିନୀ ଦୁହିତା ଏକ ରୂପରେ ଅନେକ ,

ଜାୟା ପ୍ରଣୟିନୀ ଶୁଭ ପ୍ରଦାୟିନୀ ଭିନ୍ନ ଭିନ୍ନ ରୂପଶ୍ଳୋକ |୪|        

ଦୁର୍ଗାର ଶକତି ବହିଛୁ ଶରୀରେ ଜ୍ଞାନରୂପେ ସରସ୍ବତୀ,     

ଶକ୍ତି ସ୍ବରୂପିଣୀ ନାରୀ ସୁହାଶିନୀ ଶକ୍ତିମୟୀ ପାରବତୀ | ୫|      

ବୀଣା ଜିଣା କଣ୍ଠେ ଗାଇଦେ ସୁକଣ୍ଠେ ଜଗତର ଶୁଭଗୀତି,    

ସେ ଗୀତି ସୌରଭେ ଗାଇବ ଗୌରବେ ଭରିଯିବ ମୈତ୍ରି ପ୍ରୀତି |୬|                

ଅମୀୟ ବରଷି ଭରିଦେ ସୁହାଶୀ ଆଶିଷର ବାରିଧାରା ,     

ସେ ଅମୃତ ଧାରେ ଭିଜି ଯାଉ ଥରେ ବିଶ୍ବଜନ ଭାବଧାରା |୭|            

ଚାମଣ୍ଡା ରୂପରେ ହରିନେ କଷଣ ଦୂରହେଉ ରୋଗଦୁଃଖ,            

ପାପତାପ ଯେତେ ତୋହରି ପ୍ରସାଦେ ନମାଡ଼ିବ ଆଉ ପାଖ |  ୮|              

ସୁନ୍ଦର ସମାଜ ତୋହରି ତ ଦାନ ଭରିଦେବୁ ଶାନ୍ତି ପ୍ରୀତି,           

କଳୁଶ କାଳିମା ଚାଲିଯାଉ ଥରେ ବସିଯାଉ ସ୍ନେହପ୍ରୀତି |୯|             

ଏ ଦୁନିଆଁ ଗାଉ ଜୟ ନାରୀଶକ୍ତି ଜୟ ଜୟ ପୂଜ୍ୟ ମାତା,         

ସଂସାର ହସିବ ଦୁନିଆଁ ଜିତିବ ନାରୀହିଁ ଜଗତଜୀତା |୧୦|


Rate this content
Log in

Similar oriya poem from Inspirational