ବିଜୁଳି କାଟ
ବିଜୁଳି କାଟ
ଦିବାରାତ୍ରି ଗ୍ରୀଷ୍ମ ପ୍ରବାହ
ସାଧୁଛି ଦାଉ
ସେଥିରେ ପୁଣି ବିଜୁଳି କଟି
ଖାଉଛି ଭାଉ ।
ମନ ଇଚ୍ଛା ଆସୁଛି ଯାଉଛି
ମୁହଁ କୁ ମୋଡ଼ି
ଗଲେ ଶୀଘ୍ର ଆସିବାକୁ କହୁ
ହାତକୁ ଯୋଡ଼ି ।
କିଏ ଆବିଷ୍କାର କଲା ବିଜୁଳି
କୁହ ମୁରାରି
olor: rgb(0, 0, 0);">ମଣିଷ ଜୀବନ ଚର୍ଯ୍ୟା ଉପରେ
ପଡ଼ିଛି ଭାରି ।
କଳକାରଖାନା ଚାଲିଛି ଦେଖ
ବିଜୁଳି ଯୋଗୁଁ
ଡାକ୍ତର ଥାନାରେ ବିଜୁଳି ଗଲେ
ଜୀବନ ତ୍ୟାଗୁ ।
ପ୍ରତି କ୍ଷଣ ଆଉ ପ୍ରତି ମୁହୂର୍ତ୍ତ
ତୋ ସାଥେ ଯୋଡ଼ା
ଏନ୍ତୁଡ଼ିଶାଳ ରୁ ଶ୍ମଶାନ ଯାଏ
ବିଜୁଳି ଲୋଡା ।