STORYMIRROR

Kalyani Nanda

Inspirational

3  

Kalyani Nanda

Inspirational

ବିଦ୍ୟାର୍ଥୀ, ନୂତନ ଯୁଗର ନିର୍ମାତା

ବିଦ୍ୟାର୍ଥୀ, ନୂତନ ଯୁଗର ନିର୍ମାତା

1 min
264


ବିଦ୍ୟାର୍ଥୀ ଜୀବନ ପଥ ହୋଇଥାଏ ସୁଗମ, 

ଯେବେ ତା ଜୀବନ ଚର୍ଯ୍ୟା ହୁଏ ଶୃଙ୍ଖଳିତ,

ସ୍ୱୟଂ ଶାସନରେ ଜୀବନ ହୁଏ ଅନୁଶାସିତ,

ବିଦ୍ୟାଳୟେ ଛାତ୍ର ଜୀବନ ହୁଏ ଅନୁଶାସିତ।


ଛାତ୍ର ହାତେ ଡୋରି ଦେଶ ସମୃଦ୍ଧି, ଉନ୍ନତିର,

ବିଦ୍ୟାର୍ଥୀ ଯେବେ ହୁଏ ଦେଶ ପ୍ରେମେ ଉଦବୁଦ୍ଧ,

ଛାତ୍ର ଯେ ଅଟେ ନୂତନ ସକାଳର ଉଦିତ ସୂର୍ଯ୍ୟ,

ନବ ଆଲୋକେ ଉଦଭାସିତ ହେବ ବିକାଶ ପଥ।


 ଏ ଦେଶର ଛାତ୍ର ସମାଜ ତୁମେ ହିଁ କରିବ ନବ ନିର୍ମାଣ,

 ସଚେତନତାର ନିହଣରେ ସୃଷ୍ଟି କର ଏକ ନୂତନ ଯୁଗ,

ଦୂରେଇ ଦେଇ ଯେତେ କଳୁଷତା,ସ୍ୱାର୍ଥପରତା,ଓ ଭ୍ରଷ୍ଟାଚାର,

ଏକ ସ୍ୱଚ୍ଛ, ନିର୍ମଳ ପରିବେଶେ ଗଢି ତୋଳ ଏକ ସୁନ୍ଦର ଭାରତ।


ଏ ଦେଶ ଜନତା ଅପେକ୍ଷାରତ ତୁମ ଆହ୍ୱାନ ଏକତାର ,

ସିଂହ ସମ କରି ଗର୍ଜନ ବିତାଡିତ କର ଅରି ଯେ ଦେଶର,

ତୁମେ ବିଦ୍ୟାର୍ଥୀ, ତୁମ ହାତେ ଦେଶ ଶାସନର ଭବିଷ୍ୟତ,

ତୁମେ ହିଁ ଯେ ନୂତନ ସମ୍ଭାବନା,ଗଢି ତୋଳ ଏକ ନବ ଭାରତ।


#ପ୍ରଥମ ମହାସପ୍ତାହ, ଉଦବୋଧନ କବିତା


               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational