ଶିକ୍ଷକ
ଶିକ୍ଷକ


ଗୁରୁ ବିନା କେହି ଫଳ ପ୍ରାପ୍ତି ନାହିଁ
ଜୀବନ ହୁଅଇ ଶୂନ୍ୟ
ଅଜ୍ଞାନ ଦୁରେଇ ଜ୍ଞାନା ଲୋକ ଦେଇ
ସୁପଥ କରଇ ପୂଣ୍ୟ ||
ଶିକ୍ଷକ ଶିଷ୍ୟର ମାର୍ଗ ପ୍ରଦର୍ଶକ
ଜ୍ଞାନ ଆଲୋକ ଦିଅଇ
ତାଙ୍କରି ଜ୍ଞାନରେ ଭିନ୍ନ ଭିନ୍ନ ଶିଷ୍ୟ
ଭିନ୍ନ ଯୋଗ୍ୟତା ଲଭଇ ||
ବିଦ୍ୟାଳୟ ଅଟେ ଛାତ୍ରର ଚରିତ୍ର
ନିର୍ମାଣର କାରଖାନା
ବିଦ୍ୟା, ଜ୍ଞାନ ଦାତା ସୃଷ୍ଟିର କରତା
ଶିକ୍ଷକ ଦିଅଇ ସିନା ||
ଶିକ୍ଷକ ଚରିତ୍ର ମହାନ ବ୍ୟକ୍ତିତ୍ୱ
ସତ୍ୟ, ଧର୍ମେ ପ୍ରସ୍ଫୁଟିତ
ଜ୍ଞାନର ଦକ୍ଷତା ଶିକ୍ଷା ସକ୍ରିୟତା
ଭିନ୍ନେ ଜ୍ଞାନେ ବିକଶିତ ||
ମୂଲ୍ୟବୋଧ ଜ୍ଞାନ ଆଦର୍ଶ ସମାନ
ପବିତ୍ର ହୃଦୟ ସ୍ପର୍ଶି
ଶିଷ୍ୟର ହୁଅଇ ଚରିତ୍ର ନିର୍ମାଣ
ଶକ୍ତି ବୁଦ୍ଧି ଗରୀୟସୀ ||
ଉତ୍ତମ ଶିକ୍ଷାର ପ୍ରଜ୍ୱଳନ କରେ
ବଢ଼ଇ ଶିଷ୍ୟର ଜ୍ଞାନ
ଶିକ୍ଷା ବିନା ଶିଷ୍ୟ ନ ହୁଏ ଅବଶ୍ୟ
ହୁଅଇ ପଶୁ ସମାନ ||
ଉଚ୍ଚକୋଟୀ ଶିକ୍ଷା, ପ୍ରେମ, ଦୟା, କ୍ଷମା
ଭାଷାର ପୂର୍ଣ୍ଣତା ଥାଇ
ଶିକ୍ଷାର
ଉଦ୍ଦେଶ୍ୟ ଉନ୍ନତିର ପଥ
ପ୍ରତି ପଦକ୍ଷେପେ ରହି ||
ଶିକ୍ଷକଙ୍କର ନିଷ୍ଠା ଜ୍ଞାନ ଦା ଶ୍ରେଷ୍ଠା
ଶିକ୍ଷା ଦିଏ ପରାକାଷ୍ଠା
ଗୁରୁଙ୍କର ବିନା ଶିଷ୍ୟ ଲଭେ ନାହିଁ
ପ୍ରକୃତ ପ୍ରାଣ ପ୍ରତିଷ୍ଠା ||
ଉତ୍ତମ ଚରିତ୍ର ପବିତ୍ର ବ୍ୟକ୍ତିତ୍ୱ
ଶିକ୍ଷକ ନିର୍ମଳ ଚିତ୍ତ
ବୈଷୟିକ ଜ୍ଞାନ କରଇ ପ୍ରଦାନ
ଶିଷ୍ୟ ମନ ପ୍ରଫୁଲିତ ||
ଭିନ୍ନ ଭିନ୍ନ ଜ୍ଞାନ ପ୍ରଦାନ କରନ୍ତି
ସ୍ନେହପୂର୍ଣ୍ଣ ଶ୍ରଦ୍ଧା କଣ୍ଠେ
ଶିଷ୍ୟର ଆଗ୍ରହ ପ୍ରେରଣା ଯୋଗାଏ
ଜ୍ଞାନ ପ୍ରକାଶିତ ଶ୍ରେଷ୍ଠେ ||
ସତ୍ୟ, ନ୍ୟାୟ, ଧର୍ମେ, ଦୟା, କ୍ଷମା, ସ୍ନେହ
ଆଦର୍ଶ ଗୁଣକୁ ନେଇ
ସମାଜ ଜାତିକୁ ଦେଶ ବିଦେଶକୁ
ଉଚ୍ଚକୋଟୀର କରଇ ||
ଶିକ୍ଷକର ଯଦି ଶିଷ୍ୟେ ନାହିଁ ଟାଣ
ଗଢିବ କିପରି ପ୍ରାଣ
ଶିଷ୍ୟର ଜୀବନ ହେବ ଅକାରଣ
କିଏ କରାଇବ ତ୍ରାଣ ||
ଗୁରୁ ବିନା ଜ୍ଞାନ ନ ହୁଏ ପ୍ରଦାନ
ଶିକ୍ଷା ଦିଏ ସଦାଚାର
ଜ୍ଞାନ ପ୍ରଦର୍ଶକ ଆଶାର ଆଲୋକ
ମାର୍ଜିତ କରେ ସଂସାର ||