ଶିକ୍ଷକ
ଶିକ୍ଷକ
ଆହେ ମଙ୍ଗଳମୟ ଶିକ୍ଷକଗଣ
ତୁୁମେ ହିଁ ତ ମହାଗୁରୁ,
ଆଶୀର୍ବାଦ,ସ୍ନେହ,ଶ୍ରଦ୍ଧା ଯେତେ ସବୁ
ସୃୃଷ୍ଟି ହୁଏ ତୁମ ଠାରୁ ।
ଅନ୍ଧାର ପଥରେ ପ୍ରଦୀପଟେ ସାଜି
ବାଟ ଯେ ଦେଖାଇଥାଅ,
ଛାତ୍ର ସମାଜକୁ ତୁୁମେ ପରା ସଦା
ଉଚିତ ପଥ ଦେଖାଅ ।
ସାରା ବ୍ରହ୍ମାଣ୍ଡର ତୁମେ ହିଁଁ ତ ଗୁରୁ
ତୁୁମେ ପୁୁଣି ପିତାମାତା,
ଏ ସାରା ବିଶ୍ୱର ଛାତ୍ରଛାତ୍ରୀଙ୍କର
ତୁୁମେ ହିଁ ତ ଜ୍ଞାନଦାତା ।
ଅଜ୍ଞାନ ରୂପକ ଅନ୍ଧାରରେ ତୁମେ
ଜ୍ଞାନରଶ୍ମି ବୁୁୁୁଣିଦିଅ,
ମୂୂୂରୁୁୁଖ ଜନକୁ ଦିବ୍ୟଜ୍ଞାନ ଦେଇ
ତାକୁ ଜ୍ଞାନୀ କରିିିଥାଅ ।
<
/p>
ଶିିିକ୍ଷକ ସମାଜ ଜାଗିଉଠ ତୁମେ
କୁଶିକ୍ଷାକୁ କର ଦୂର,
ଅବିଶ୍ୱାସ,ଅନ୍ଧଗଳିିିର ଯେତେକ
ପଥ ଅବରୋଧ କର ।
କୁୁୁମାର୍ଗରେ ଥିବା ଛାତ୍ର ସମାଜକୁ
ତୁୁମେ ହିଁ ମୁକତି ଦେବ,
ସଂସ୍କାରିତ କରି ସେମାନଙ୍କୁ ପୁଣି
ଦିିିବ୍ୟଜ୍ଞାନ ବିିତରିବ ।
ତୁୁମ ପ୍ରୟାସରେ ସମାଜ ହୋଇବ
ଶିିକ୍ଷା ଦୀକ୍ଷା ପରିିିପୂର୍ଣ୍ଣ,
ଉନ୍ନତ, ବଳିଷ୍ଠ,କର୍ମଠ ରାଷ୍ଟ୍ରର
ପାଲଟିବ କର୍ଣ୍ଣଧାର ।
ହେ ଗୁରୁଦେବ ହେ ମଙ୍ଗଳମୟ
ପାର୍ଥନା ଆମ୍ଭର ଘେନ,
ସୁୁୁପ୍ତଛାତ୍ର କର୍ଣ୍ଣେ ଦିବ୍ୟଧ୍ଵନି ଦେଇ
ପଙ୍କମୁକ୍ତ କର ମନ ।