ଶିକ୍ଷକ
ଶିକ୍ଷକ


ଦେଶର ଗୌରବ ଜାତିର ସୌନ୍ଦର୍ଯ୍ୟ
ନାଗରିକ ତା’ ଭରସା |
ସଭ୍ୟ ନାଗରିକ ଶିକ୍ଷକ ଗଢଇ
ଦେଇ ମୂଲ୍ୟବାନ ଶିକ୍ଷା ||୧||
କଚା ମାଟି ନେଇ ମାଟିର ପାତ୍ରକୁ
ଗଢେ ଅତିଯତନରେ |
କୁମ୍ଭାର ଦିଅଇ ମୃଣ୍ମୟରେ ରୂପ
ଭିନ୍ନ ଭିନ୍ନ ଆକୃତିରେ ||୨||
କୁମ୍ଭାର ସମାନ ଶିକ୍ଷକ ଗଢଇ
ଶିଶୁର ମନକୁ ନେଇ |
ସେଇ କୁନିଶିଶୁ ଦେଶର ଭବିଷ୍ୟ
ଦେଶର ରକ୍ଷା କରଇ ||୩||
ପଥ ପ୍ରଦର୍ଶକ ଜ୍ଞାନର ପ୍ରତୀକ
ଶିକ୍ଷକ ତ ନିର୍ଣ୍ଣାୟକ |
ମନ ମସ୍ତିଷ୍କରେ ଭରି ଦେଇଥାନ୍ତି
ଜ୍ଞାନର ସେ ପ୍ରକାଶକ ||୪||
ଜାଗତିକ ଜ୍ଞାନ ଦିଅନ୍ତି ଶିକ୍ଷକ
ଗୁରୁ ଅଟେ ଆତ୍ମଜ୍ଞାନୀ |
ଗୁରୁ ଶିଷ୍ୟଙ୍କର ନିବିଢ ସମ୍ବନ୍ଧ
ସର୍ବେ ଜାଣନ୍ତି ତ ଜ୍ଞାନୀ ||୫||
ଗୁରୁ ଶିଷ୍ୟ ଫୁଲ କଢର ସଦୃଶ
ମାୟାର ସେ ଖେଳଘର
ଜ୍ଞାନର ପ୍ରବାହେ ସମୟ ବେଳାରେ
ଉଭୟେ ତ ଏକାକାର |