STORYMIRROR

Binata Mohanta

Others

4  

Binata Mohanta

Others

ନିଦାଘ କାଳ

ନିଦାଘ କାଳ

1 min
18


ବସନ୍ତ ଗମନ ବୈଶାଖ ପ୍ରବେଶ 

ଉତ୍ତପ୍ତ ଧରା ମେଘଶୂନ୍ୟ ଆକାଶ

ଜଳାଶୟ ଶୁଷ୍କ ସବୁଜିମା କ୍ଷୟ

ଚତୁର୍ଦିଗ ଶ୍ରୀହୀନ ଉତ୍ତପ୍ତ ମୟ ।

ପଥଚାରୀ ପଥିକ ହୋଇ ଆକୁଳ

ବୃକ୍ଷ ଛାୟା ଖୋଜି ହୁଏ ବ୍ୟାକୁଳ 

ଅଂଶୁଘାତ ପ୍ରହାର ନପାରି ଏଡାଇ

ଜୀବନ ହାରି ବସେ ସେ ମୁହଁ ମାଡି ।

ଭିଷଣ ଗରମ ପାଗ ଗୁଳୁଗୁଳି 

ପାଚିକି ଫଳ ଗଛ ଡାଳେ ଓହୋଳି

ଆମ୍ବ,ଲିଚୁ,ଜାମୁ,ମିଠା ପଣସ,ତାଳ

ମିଳଇ ନାନା ଜାତି ଫଳ ରସାଳ ।

ଝାଳ ଶୁଖି ଦେହେ ଲୁଣ ହୋଇଛି 

ଶରୀରରୁ ଜଳୀୟ ଅଂଶ କମୁଛି 

ଗ୍ରୀଷ୍ମ ପ୍ରବାହରେ ଜଳୁଛି ଜଗତ

ତୃପ୍ତି ଖୋଜଇ ପ୍ରାଣ ସନ୍ତାପିତ ।



Rate this content
Log in