ଜୀବନ ଓ ଯୌବନ
ଜୀବନ ଓ ଯୌବନ
ଏ ଜୀବନ କ୍ଷଣସ୍ଥାୟୀ ନାହିଁ ଭରସା
ଆଜି ଅଛି, କାଲି ନାହିଁ ଏ ତ ବିଧିର ଲେଖା
ବସନ୍ତ ଅନ୍ତେ ଗ୍ରୀଷମ ପୁଣି ବରଷା
କ୍ରମାନ୍ବୟେ ଧରାପୃଷ୍ଠେ ଦିଅନ୍ତି ଦେଖା ।
ଯୌବନ ବିତିଲେ କିନ୍ତୁ ଫେରଇ ନାହିଁ
ବଢିଲା ବୟସକୁ କିଏ ବା ରୋକି ପାରଇ
ଫେରି ପାରେନା ପ୍ରଥମ ପ୍ରେମ କାହାଣୀ
ଲାଜ ଲାଜ ଆଖିର ସେ ଚୋରା ଚାହାଣୀ ।
ଦିବସ ଅନ୍ତେ ଯାମିନୀ ଆସଇ ଧୀରେ
ଆନନ୍ଦେ ହସେ ଚନ୍ଦ୍ରମା ତାରକା ମେଳେ
ରାତ୍ର ଶେଷେ ଧରାପୃଷ୍ଠେ ସୂର୍ଯ୍ୟାଲୋକ ପ୍ରକାଶେ
ନିଦରୁ ଉଠି ଭାସ୍କର ପୁଣି ଆକାଶେ ହସେ ।
ନ ଫେରେ ହୃଦେ ବାସନା ପ୍ରେମ ପ୍ରଣୟ
ଯୌବନ ବିତିଲେ, କିବା ହୁଏ ମନ ଅଥୟ
ପ୍ରେମର ଯନ୍ତ୍ରଣା ଅବା ବିରହ ସୁଖ
ଯୌବନ ଅନ୍ତେ ସେ ସବୁ ଲାଗେ ଅଳିକ ।
ଛୋଟ ହେଉ ପଛେ ଯେତେ ଏଇ ଜୀବନ
ଯୌବନ ବିନା ଜୀବନେ କି ଅବା ମାନ
ଫେରିଗଲେ ଯୌବନ ତ ଆଉ ଆସେନା
ମଉଳିଲା ଫୁଲ ପ୍ରାୟ ଆଉ ଫୁଟେନା ।