Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Inspirational Children

3  

Aishwarya Mishra

Inspirational Children

ଅମୃତ-ସନ୍ତାନ

ଅମୃତ-ସନ୍ତାନ

1 min
170


ଅମୃତ ସନ୍ତାନ ମୁହିଁ 

ଅମୃତ ସାଗରୁ ଜନ୍ମି 

ଅମୃତ-ଧାରା ସ୍ବରୂପେ

ଅମୃତ-ଧରାରେ ବହି ।


ଶିଖାଏ ଅମୃତ ବାଣୀ

ମଧୁର ଅମୃତ ଠାଣୀ 

ଶୀତଳ ଅମୃତ ନଭେ

ଅମୃତ ରୂପରେ ରହି ।


ଅମୃତ ଶିଶୁର କଥା

ଅମୃତ ଐତିହ ଗାଥା

ଅମୃତ ପ୍ରସ୍ତର ଦେହେ

ଖୋଦିତ ଅମୃତ ଲେଖା ।


ଅମୃତ ଭାଷା ସଂସ୍କୃତି

ଅମୃତ ଉତ୍କଳ ଗୀତି

ଅମୃତ ସ୍ବରୂପେ ବିଜେ 

ସ୍ଵୟଂଭୂ ଅମୃତ-ପତି ।


ଅମୃତ ମୋ ଲୋକକଥା

ଅମୃତ ମୋ ଯାନି-ଯାତ୍ରା

ମର୍ତ୍ତ୍ୟ ଅମୃତ ମଣ୍ଡଳେ

ଅମୃତମୟୀ ଓଡ଼ିଶା ।


ଅମୃତ ମୋ ହାଣ୍ଡିଶାଳ

ଅମୃତ କଂସେ ପଖାଳ 

ଅମୃତ ଚାଷୀ ସପନେ

ଅମୃତ ସୁନା ଫସଲ ।


ଅମୃତ ମୋ କୋଣାରକ 

ଅମୃତ ସେ ଧର୍ମପଦ 

ଅମୃତମୟ ଭାସ୍କର୍ଯ୍ୟ

ଅମୃତ ଓଡ଼ିଆ ଶୌର୍ଯ୍ୟ ।


ଅମୃତ ମୋ ଜଗନ୍ନାଥ 

ଅମୃତ ମୋ ରଥଯାତ 

ଅମୃତମୟୀ ଜନନୀ

ଅମୃତ ତା' ପରିପାଟୀ ।


ଅମୃତ ମୋର ବୈଶାଖ 

ଶ୍ରାବଣେ ଝରେ ଅମୃତ

ଶରତେ ଅମୃତ କାନ୍ତି

ବସନ୍ତେ ଅମୃତ ବାସ ।


ଅମୃତ ସନ୍ତାନ ମୁହିଁ

ଅମୃତ ପ୍ରଦେଶେ ଜନ୍ମି

ଶୁଣାଏ ଅମୃତ ବାଣୀ

ଅମୃତ ଧରାରେ ବହି ।


Rate this content
Log in

Similar oriya poem from Inspirational