ଅମାବାସ୍ୟା
ଅମାବାସ୍ୟା
ଜୀବନେ ମୋ ଦେଖିନାହିଁ ପୂର୍ଣ୍ଣେନ୍ଦୁର ଶୋଭା
ଶର୍ବରୀ ତ ଆସେ ନେଇ କାଳିମାର ଆଭା
ଅନ୍ଧାରର ଦାସ ବୋଲି ସଦା ଅପଦସ୍ତ
ଦୁନିଆଁ ଆଖିରେ ମୁଁ ଯେ, ଏକ ଅଭିଶାପ ।
ସୌନ୍ଦର୍ଯ୍ୟ ନାହିଁ ମୋ ଠାରେ ନାହିଁ ତ ଯୋଛନା
ଏତେ ଦୁଃଖ ମୋ କପାଳେ କାହିଁକି ଜାଣେନା ।
ବିଧାତା ଲେଖିନି ଭାଗ୍ୟେ, ପୁନେଇଁର ଚାନ୍ଦ
ନିଜେ ବି ଜାଣିନି କେଉଁ ଭୁଲ୍ ର ଏ ଦଣ୍ଡ ।
ଏକାରଣେ ଏତେ କଷ୍ଟ ଦେଲେ ଭଗବାନ
ଦେଖି ପାରିଲିନି କେବେ ପୂର୍ଣ୍ଣମୀର ଜହ୍ନ ।
ପଙ୍କିଳ ଜୀବନ ମୋର କଳଙ୍କରେ ଭରା
ଆଗମନ ଦୁଃଖରେ ମୋ କାନ୍ଦି ଉଠେ ଧରା ।
ତଥାପି ମୁଁ ପ୍ରତି ମାସେ ଥରଟିଏ ଆସେ
ଚାନ୍ଦର ଚାନ୍ଦିନୀ ପାନ କରିବାର ଆଶେ ।
ଚାହେଁନା ମୁଁ ସମ ହେବି ପୁନେଇଁ ରାତିର
ଆଶା ମୋର ଜହ୍ନର ତ ସ୍ପର୍ଶ ପାଇବାର ।
ବହୁ ପ୍ରତୀକ୍ଷିତ ଅନ୍ତହୀନ ମୋ ପ୍ରତୀକ୍ଷା
ଇନ୍ଦୁର ପ୍ରୀତି ଲାଳସେ ଅନ୍ତହୀନ ଅମାବାସ୍ୟା ।