Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ସର୍ବାଜୟ

ସର୍ବାଜୟ

1 min
201



ଭାବି ବସିଲେ 

ବଡ଼ ବିଚିତ୍ର ଲାଗେ

ଲୋକ-ସମାଜ ଚରିତ୍ର


ତର୍ଜମା କଲେ

ବଡ଼ ଚିତ୍ରିତ ଲାଗେ

ଲୋକ ସଂପର୍କ ତଳେ

ଦାଉ ଦାଉ ଜଳୁଥିବା 

କ୍ଷୀଣ ମାନବତାର ଚିତ୍ର ।


ଆମେ ଭୁଲ କରିଥିଲେ 

ମାନିନେଇ ନଇଁଯାଉ

ବିଜ୍ଞତାର ଦେଉ ପରିଚୟ 


ଆମେ ଦ୍ଵନ୍ଦରେ ଥିଲେ

କୂଳ କିନାରା ପାଉ ନଥିଲେ

ଆଖି ତଳେଇ ନେଇ ମାନିନେଉ

ଉଚ୍ଚ ବିଚାରର ହୁଏ ଜୟ ।


ଆମେ ଠିକ୍ ଥିଲେ ବି ବେଳେ ବେଳେ

ତର୍କ -ବିତର୍କ ଉପରକୁ ଉଠି

ମୁଣ୍ଡ ନୁଏଁଇ ଜାଣି ଜାଣି ମାନିନେଉ

ସଂପର୍କର ହେଉ ସର୍ବାଜୟ ।


ହାରିବାରେ ବି ମିଳେ ବିଜୟ ସ୍ଵାଦ

ମୁରୁକି ହସରେ ଜିଣ

ସଂପର୍କ ସୂତାରେ ଗୁନ୍ଥି ଫୁଲମାଳ

ବିରୋଧୀ ଦରଦୀ କିଣ ।


ଜୀବନେ ଜିତିବାରେ କି ଲାଭ

ଯଦି ନାହିଁ ସନ୍ତୋଷ କ୍ଷଣ

ଜାଣି ଜାଣି ହାରିଯାଅ ଥରେ ଅଧେ

ଶତ୍ରୁଗଣ ବି ହାତ ବଢେଇ ମିତ୍ରପଣ ।


Rate this content
Log in

Similar oriya poem from Inspirational