STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ବୁଝିବା ଲୋକହିଁ ବଡ଼

ବୁଝିବା ଲୋକହିଁ ବଡ଼

1 min
201

ଜ୍ଞାନୀ ହୋଇଲେ କିଛି ଲାଭ ନାହିଁ

ଯଦି ମନରେ ଗର୍ବ ରଖିବ

ମାନି ହୋଇଲେ କିଛି ଲାଭ ନାହିଁ

ଯଦି ଅହଂକାର କୁ ନ ଛାଡିବ,


ଧନୀ ହୋଇଲେ କିଛି ଲାଭ ନାହିଁ

ଯଦି ଭିକାରୀ ଭଳି ଚଳିବ

ଦାନୀ ହୋଇଲେ କିଛି ଲାଭ ନାହିଁ

ଯଦି ଆତ୍ମବିଡ଼ିମା ନ ଛାଡିବ


ମନ୍ଦିର ଗଲେ କିଛି ଲାଭ ନାହିଁ

ଯଦି ବାପା ମାଆଙ୍କୁ ଘୃଣା କରିବ

ଧର୍ମ କରିଲେ କିଛି ଲାଭ ନାହିଁ

ଯଦି ଅଧର୍ମ ପଥରେ ଚାଲିବ


ସମ୍ପତି ଥିଲେ କିଛି ଲାଭ ନାହିଁ

ଯଦି ଦୁଃଖୀ କୁ ଦୟା ନ କରିବ

ନେତା ହେଇଗଲେ କିଛି ଲାଭନାହିଁ

ଯଦି ଜନ ସେବା ନ କରିବ


ମଣିଷ ହୋଇଲେ କିଛି ଲାଭ ନାହିଁ

ଯଦି ମାନବିକତା ନ ଜାଣିବ

ଯେତେ ଧନୀ ହୁଅ ଯେତେ ମାନି ହୁଅ

ଶେଷରେ ନିଶ୍ଚେ ମରିବ


ଖରାପ କାମରେ ଲିପ୍ତ ରହିଥିଲେ

ଦୁନିଆଁ ତୁମକୁ ନିନ୍ଦିବ

ଭଲ କାମଟିଏ ଯଦି କରିଥିବ

ଦୁନିଆଁ ତୁମକୁ ଝୁରିବ


ଏଣୁ ତେଣୁ ପଦେ ଲେଖିଦେଲି ମୁହିଁ

ମରମ କଥାକୁ ବୁଝିବ

ନ ବୁଝି ପାରିଲେ ବୁଝେଇବ କିଏ

ଅବୁଝା ହୋଇ ରହିବ,


ମୁହିଁ ନିରଞ୍ଜନ କରେ ନିବେଦନ

ବୁଝିବାକୁ ଚେଷ୍ଟା କରିବ

ବୁଝିବା ଲୋକହିଁ ଦୁନିଆଁ ରେ ବଡ଼

ଏ କଥା କୁ ମନେ ରଖିବ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational