Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santanu kumar Meher

Inspirational

3  

Santanu kumar Meher

Inspirational

ବନ୍ଧୁତ୍ୱ ଦିବସ

ବନ୍ଧୁତ୍ୱ ଦିବସ

1 min
431


ବନ୍ଧୁଙ୍କର ଭିଡ ଜମିଯାଏ

ବୋତଲ ଠିପି, ଖୋଲି ଦେଲା ପରେ !

ଲୋକଙ୍କର ଭିଡ ଜମିଯାଏ

ଗୋଟେ ବନ୍ଧୁ ମାତାଲ ହୋଇଗଲା ପରେ ।

ଲୋକ ତ ଲୋକ, ପୋକଟିଏ ବି

ଦେଖାଯାନ୍ତି ନାଇଁ ଆଉ ପାଖରେ,

ଗୋଟିଏ ବନ୍ଧୁ ମୃତ୍ୟୁ ହୋଇଗଲା ପରେ । ୧

ବନ୍ଧୁ ପାଖେ ଯିଏ-ଛିଡା ହୁଏ ଆସି,

ବନ୍ଧୁର ସୁଖରେ ଦୁଃଖରେ !

ଆପଣାର ଛାଇ ନିଜର ଭାବେ ଯେ

ବନ୍ଧୁତ୍ୱର ଭାବ, ଚିନ୍ତାରେ ।

ତାକୁ ଯେ କହନ୍ତି ବନ୍ଧୁଟିଏ ବନ୍ଧୁ

ଟଙ୍କା ଲୋଡ଼ା ନାଇଁ ବନ୍ଧୁତ୍ୱରେ । ୨

ମନେ ଥାଉ ବନ୍ଧୁ, ଅତ୍ମୀୟତା ସବୁ

ସମୟର ଚିତା ଚକ୍ରରେ !

କାନ୍ଥରେ ଆଉଜି ଝୁଲୁଥିବା ଯାଏଁ

ଅତୀତର ସ୍ମୃତି ଦିବସ ଫେରେ ।

କିନ୍ତୁ, ହଜିଯାଇଥିବା ବନ୍ଧୁତ୍ୱ 

ଆଜି ବି ମୋ ହୃଦୟରେ ଚେଇଁଛି

ଦୁଃଖ ଭାରା ଆଖିର ନଈରେ । ୩


Rate this content
Log in