STORYMIRROR

Niranjan Sahu

Inspirational Others

3  

Niranjan Sahu

Inspirational Others

ସୁନାର ଭାରତ ଗଢିବା

ସୁନାର ଭାରତ ଗଢିବା

1 min
256

ଆମର ଦେଶଟା ବଡ଼ ଚମତ୍କାର    

 ଉପରେ ଉପରେ ଠିକ ଚାଲିଛି

ସତ କଥାଟିଏ କହିବାକୁ ଗଲେ

ତଳରେ ତଳରେ କାମ ହେଉଛି   


ଉପର ରାସ୍ତାରେ କଛପ ଗତି

ପହଞ୍ଚି ପାରିବା ପ୍ରଶ୍ନବାଚକ

ତଳର ରାସ୍ତାଟା ଘୋଡା ଦୌଡ଼

ପହଞ୍ଚିବା ପାଇଁ ନାହିଁ ବାଧକ   


ଠିକ ରାସ୍ତାରେ ଯଦି ଯିବ ତୁମେ

ପହଞ୍ଚିବା ପାଇଁ କଷ୍ଟ ହେଉଛି

ଅବାଟକୁ ଯଦି ତୁମେ ବାଛିନିଅ

ଅତି ସହଜରେ ମିଳିଯାଉଛି    


ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଆମର ଦେଶର

ତଳରେ ତଳରେ ଦଉଡୁଛନ୍ତି

ଉପରେ ଉପରେ ଜନତା ଦଉଡି

ଭକୁଆ ଭଳିଆ ଅନଉ ଛନ୍ତି    


ତଳ ରାସ୍ତା ଯଦି ବନ୍ଦ ହେବନି

ଆମର ଭାରତ ବର୍ଷରେ

ଆମରି ଦେଶ ଆଗେ ବଢ଼ିବନି

ପହଞ୍ଚିବ ନାହିଁ ଶୀର୍ଷରେ   


ଆସ ଭାଇମାନେ ଶପଥ କରିବା

ତଳ ରାସ୍ତାଟିକୁ ଭାଙ୍ଗିବା

ତଳ ରାସ୍ତାକୁ ଖିନ ଭିନ କରି

ସୁନାର ଭାରତ ଗଢ଼ିବା    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational