STORYMIRROR

Ansuman Swain

Inspirational

3  

Ansuman Swain

Inspirational

ମୋ ବାପା ,ମାଆ ଚଳନ୍ତି ଠାକୁର

ମୋ ବାପା ,ମାଆ ଚଳନ୍ତି ଠାକୁର

1 min
436

    

ତୁମରି ଆଖିରେ ଦେଖୁଛି ଦୁନିଆଁ

      ତୁମେ ମୋ ଜନମ ଦାତା

ତୁମ ହାତ ଧରି    ଚାଲୁ ଅଛି ବାଟ    

      ତୁମେ ମୋର ମାତା ,ପିତା । (୧)

ତୁମ ହସ ଦେଖି   ହସୁଅଛି ମୁହିଁ।      

      ତୁମେ ଈଶ୍ୱର, ପାର୍ବତୀ

ତୁମରି ଖୁସିରେ   ଖୁସି ହୋଇ ମୁହିଁ

       ପାଉଛି ଅନେକ ଶାନ୍ତି । (୨)

ହସ, ଖୁସି,ସ୍ନେହ  ଶ୍ରଦ୍ଧା,ଭଲ,ମନ୍ଦ

        ସବୁତ ତୁମରି ଦାନ

ଯେମିତି ଗଢିଛ  ହେ ମୋ ପିତା ,ମାତା

        ଅଟେ ମୁ ତୁମ ସନ୍ତାନ ।(୩


ବାପା ,ମା' ହିଁ ଆମ    ଚଳନ୍ତି ଠାକୁର

             ଦୁଃଖରେ ସୁଖରେ ଲୋଡ଼ା

ଯେବେବି ଡାକିବୁ   ଯେମିତି ଡାକିବୁ

            ଆମ ପଶେ ହେବେ ଛିଡ଼ା ।।

ତାଙ୍କରି ଲାଗିତ   ହୋଇଅଛୁ ବଡ଼

                ସିଏ ଆମ ଭଗବାନ

ଯେତେ ଭୂଲ୍ କଲେ   କୋଳେଇ ନିଅନ୍ତି

                କହି ମୋ ଗୁଣ୍ଠୁଣି ଧନ ।।

ଦୁଃଖକୁ ଲୁଚାଇ     ସୁଖ ଦିଅନ୍ତି ସେ

                    ବୁଝନ୍ତି ସବୁରି ଅଳି

ସବୁ ଲୁହ ପିଇ      ହସିବା ଶିଖାନ୍ତି

                କଷଣେ ନ ଯାଇ ଡରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational