ସପନର ପଥେ ପଥେ
ସପନର ପଥେ ପଥେ
କବିତା - ସପନର ପଥେ ପଥେ
ରଚନା -ପଞ୍ଚାନନ ଜେନା
ତାରିଖ -୦୮-୦୧-୨୦୨୬
+++++++++++++++++++
ସପନର ପଥେ ପଥେ
ଜ୍ୟୋତ୍ସ୍ନା ବିଧୌତ ରଜନୀ
ସପନର ସାଥେ ସାଥେ
କର୍ତ୍ତବ୍ୟର କଳକଳ ତଟିନୀ
ସପନର ଆଗେ ଆଗେ
ସମୟର ନିର୍ଘଣ୍ଟ ଦୃତ ଗାମିନୀ
ସପନର ପଛେ ପଛେ
ଅଳପ ଆୟୁଷ ଅପହଞ୍ଚ ପଥିନୀ
ସପନର ପଥେ ପଥେ
ନୀଳ ନୟନାର ନିଳାମ୍ବୁ ଦିର୍ଘିକା .
ସପନରେ ସାଥେ ସାଥେ
କଣ୍ଟକିତ ଆୟତକୌନ୍ଦ୍ରିକ ବିଥିକା
ସପନର ଆଗେ ଆଗେ
ଅସରନ୍ତି କଳ୍ପନା କିରଣ ଫିକା
ସପନର ପଛେ ପଛେ
ସ୍ଵେଦ ଝଂକୃତ ପରିଶ୍ରମୀ ମୌକା
ସପନର ପଥେ ପଥେ
ଅନନ୍ତ ସୂଚୀପତ୍ରର ପରୀକ୍ଷା ନିରୀକ୍ଷା
ସପନର ସାଥେ ସାଥେ
ହସନ୍ତ ବସନ୍ତର ଫୁଲଭର୍ତ୍ତି ତିତୀକ୍ଷା
ସପନର ଆଗେ ଆଗେ
ଘୁମନ୍ତ ଯାଯାବରର ଜୀବନ୍ତ ପ୍ରତୀକ୍ଷା
ସପନର ପଛେ ପଛେ
ଅଲିଭା ପାଦଚିହ୍ନର ଜ୍ଵଳନ୍ତ ସମୀକ୍ଷା
ସପନର ପଥେ ପଥେ
ଅନେକ ଜଞ୍ଜାଳ କରାଳ ହଳାହଳର
ସପନର ସାଥେ ସାଥେ
ଅସଂଖ୍ୟ ହୁଗୁଳ ହେନ୍ତାଳ ଚିନ୍ତାଶୀଳ
ସପନର ଆଗେ ଆଗେ
ପାର୍ଥସାରଥିମାନେ ମାଳମାଳ ଦଳଦଳ
ସପନର ପଛେ ପଛେ
ପରାସ୍ତ ହେବାର ସମ୍ଭାବନା ସହଳ ପ୍ରବଳ
ସପନର ପଥେ ପଥେ
ଘୁଣଖିଆ ବିଫଳତାର ମାଇଲଖୁଣ୍ଟ
ସପନର ସାଥେ ସାଥେ
ତେଲଲୁଣର ଜଞ୍ଜାଳ ବିଷମ ସ୍ପଷ୍ଟ
ସପନରେ ଆଗେ ଆଗେ
ଅସମାହିତ ସରଣୀ ଦିଗନ୍ତଛୁଇଁ ଭ୍ରଷ୍ଟ
ସପନରେ ପଛେ ପଛେ
ବିଫଳତାର ଧୂଆଁରେ ଆଶା ଭରସା ନଷ୍ଟ
