ସମ୍ଭାବିତ ରଙ୍ଗ ସତସଙ୍ଗ
ସମ୍ଭାବିତ ରଙ୍ଗ ସତସଙ୍ଗ
କବିତା - ସମ୍ଭାବିତ ରଙ୍ଗ ସତସଙ୍ଗ
ଗଚନା - ପଞ୍ଚାନନ ଜେନା
ତାରିଖ -୦୨-୦୩-୨୦୨୬
++++++++++++++++
ହୋଲିପର୍ବର ସମ୍ଭାବିତ ଆଗମନ
ସାଇତା ସପନରେ ଘୁର୍ଣ୍ଣନ ଉର୍ଦ୍ଧ୍ୱମନ
ଭାବନା କଡରେ ସୁନେଲି ତରଙ୍ଗ
ଅଙ୍ଗରେ ଅଙ୍ଗବାସରେ ଅବିର ରଙ୍ଗ
ମନ ମଲାଟରେ ଖୁସିର ରଙ୍ଗ ତରଙ୍ଗ
ତରଙ୍ଗାୟିତ ଆଜି ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ
ମାତ୍ର ତୁମ ନରମ ସରମ ଗାଲରେ
ଲଗେଇ ଦେଲେ ମୁଠାଏ ରଙ୍ଗ
ମୁକୁଳା ଲାଜଟା ଲାଗିବ ଅନନ୍ତ ଅନ୍ତରଙ୍ଗ
ପୂରା ଭଦ୍ରଧନୁସୀ ଅଭା ପ୍ରଭାରେ ସାତରଙ୍ଗ
ହୋଲିଖେଳ ଉତ୍ସବ ବେଳେ
ରଙ୍ଗ ଅବିର ଅର୍ପଣ ବେଳେ
ରଙ୍ଗ ପିଚକାରି କ୍ଷେପଣ ବେଳେ
ରୂପରଙ୍ଗରେ ମହୁଲି ନିଶା ଲାଗିଯାଏ
ଗୀତ ନାଚରେ ସଂପୂର୍ଣ୍ଣ ସମର୍ପଣ ମାତିଯାଏ
ସ୍ଥାନ କାଳ ପାତ୍ର ମଣିଷ ଭୂଲିଯାଏ
କ୍ଷଣଭଙ୍ଗୁର ଏ ସାରା ସଂସାର
ଖରାପ ନୁହଁ ଏ ହୋଲି କହି
ରଙ୍ଗରାସରେ ରଙ୍ଗବାସରେ ଅଧିବାସ ପାଇଥାଏ
ହୋଲିରେ ମେଳି ଗଳିକନ୍ଦି ଅଳି ଅର୍ଗଳି
ପ୍ରତୀକ୍ଷାରେ ବସିଥାନ୍ତି ଖେଳିବେ ଲୁଚକାଳି
ଫେଲ ମାରିଯାଏ ପୁଡିଆ ଭାଙ୍ଗ
ହାତ ଯୋଡିହୁଏ ମାଇଚିଆ ସାଙ୍ଗ
ଭାଷଣ ଆଉ ଭୂଷଣ ଆଭୂଷଣ
ତନୁ ପ୍ରାଙ୍ଗଣ ଆଉ ପ୍ରେମର ବାରଣ
ଦୋଳ ପୂର୍ଣ୍ଣିମାରେ ପାରମ୍ପରିକ ଫଗୁ ଫଗୁଣରେ
ସତେ ଯେମିତି ଆୟୋଜିତ ହୋଇଛି
ଶୁଭ ରଙ୍ଗୋତ୍ସବର ମହାସମର ସତସଙ୍ଗ
