ଶୁଦ୍ଧ ଆହ୍ବାନ
ଶୁଦ୍ଧ ଆହ୍ବାନ
କବିତା - ଶୁଦ୍ଧ ଆହ୍ଵାନ
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୦୩-୨୦୨୬
+++++++++++++++
ଚାଲ ବନ୍ଧୁଗଣ !
ଫେରିଯିବା ସେହି ଆଦିମ ପ୍ରସ୍ତର ଯୁଗକୁ
କାଢ଼ି ଫୋପାଡି ଦେଇ
ବସ୍ତ୍ର ପୋଷାକର ମିଛ ପରିଚୟ ସବୁକୁ
ଧନ ରତ୍ନ ପଦ ପଦବୀର ମୋହ ମାୟାକୁ
ଚାଲ ଭାଇ ଓ ଭଉଣୀମାନେ !
ଫେରିଯିବା ସେହି ଆଦି ମାନବ ଯୁଗକୁ
ସଭ୍ୟତାର ମଲାଟଲଗା ଜରିକୁ ଚିରି ଦେଇ
ସଂସ୍କାର ପରମ୍ପରାର ଶିକୁଳିକୁ ପିଟେଇ ଦେଇ
ଚାଲ ସାଙ୍ଗମାନେ !
ସେହି ଅତୀତର ଆବୁ ସାପିୟାନ୍ ଯୁଗକୁ
ଯେଉଁଠି ଶବ୍ଦ ଥିଲା ଅର୍ଥହୀନ
ଅନୁଭୂତି ଥିଲା ସାଇତା ସପନ
ହୃଦୟର ସଂଳାପ ଥିଲା ଅସଲି ସ୍ପନ୍ଦନ
ଚାଲ ସୋଦର ସହୋଦର ମାନେ !
ସେହି ଅନ୍ଧାରୀ କ୍ରୋମ୍ୟାଗନନ୍ ଯୁଗକୁ
ଯେଉଁଠି ନଥିଲା ଆଗାମୀ ଭବିଷ୍ୟତର ଛାଇ
ପାପ ପୂଣ୍ୟର ନଦୀତୀରେ ଅହଂକାରୀ ଖାଇ
ଘଞ୍ଚ ନିଘଞ୍ଚ ଅରଣ୍ୟାନୀ ମେଳେ
ପାହାଡ଼ ପର୍ବତର ଗୁମ୍ଫା କୋଳେ
ଅନନ୍ତ ଆକାଶର ନୀଳିମା ତଳେ
ପବନ ହିଁ ଥିଲା ଜୀବନର ଶୁଦ୍ଧ ଆହ୍ଵାନ ।
